ଅଗସ୍ତ୍ୟଙ୍କ ବାର୍ଥ ଡେ’ ପାର୍ଟିରେ ନଜର ଆସିଲେ ସୁହାନା
ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା। ଖୁବ ଶୀଘ୍ର ସେ ଡେବ୍ୟୁ କରିବାକୁ ଯାଉଛନ୍ତି ନୂତନ ଅପକମିଗଂ ଫିଲ୍ମ ଦି ଆଚିର୍ଜ ରେ । ଏହି ଫଇଲ୍ମରୁ ଅଗସ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ସହ ଶାହାରୁଖ ଖାନଙ୍କ ଝିଅ ସୁହାନା ଓ ଶ୍ରିଦେବୀଙ୍କ ଝିଅ ଖୁସି କପୁର ମଧ୍ୟ ଡେବ୍ୟୁ କରୁଛନ୍ତି । ଆଜି ଅଗସ୍ତ୍ୟ ତାଙ୍କର ୨୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସେଲିବ୍ରେସନ୍ର ଏକ ଝଲକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲେଟ୍ ନାଇଟ୍ ପାର୍ଟିରେ ଅଗସ୍ତ୍ୟ ନନ୍ଦା ଏବଂ ତାଙ୍କ ‘ଦି ଆର୍ଚିଜ୍’ କୋଷ୍ଟାର ତାଙ୍କ ଜନ୍ମଦିନ ପାର୍ଟି ଆରମ୍ଭ କରିଥିଲେ।ଅଗସ୍ତଙ୍କ ବାର୍ଥଡେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଗସ୍ତ ଓ ସୁହାନା ଏକାଠି କେକ୍ କାଟୁଥିବାର ଦେଖାଯାଇଛି। ଏଥିସହ ଟ୍ୟୁନିଗଂ କରି ଦୁହେଁ ବ୍ଲାକ୍ କଲର ଆଉଟଫିଟ୍ ମଧ୍ୟ ପିନ୍ଧିଛନ୍ତି। ତେଣୁ ତାଙ୍କ ଭିତରେ କିଛି କିଛି ଥାଇପାରେ ବୋଲି ଫ୍ୟାନ୍ସ ଙ୍କ କଳ୍ପନା ଜଳ୍ପନା ଚାଲିଛି |
