ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିଲେ ବିଧାୟକ

ଗଣିଆ, ( ବିଶ୍ୱରଞ୍ଜନ ସେଠି) ରବିବାର ଦିନ ଅପରାହ୍ନରେ ଦଶପଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗଣିଆ ବ୍ଳକ ସ୍ଥିତ ରାସଙ୍ଗ ପଂଚାୟତର ଡଙ୍କାରିସାହି ଗ୍ରାମ ଅଗ୍ନିକାଣ୍ଡ ବିପନ୍ନ ପରିବାରକୁ ଭେଟିଥିଲେ । ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ନିତ୍ୟ ବ୍ୟବହାର ଜିନିଷ ସହିତ ପିଲାମାନଙ୍କ ପାଇଁ ପୋଷାକ ଓ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ବିଧାୟକଙ୍କ ସହିତ ବିଜୁ ଜନତାଦଳର ବ୍ଳକ ସଭାପତି ସଦାଶିବ ମିଶ୍ର, ଜିଲାପରିଷଦ ସଭ୍ୟ ନରେଶ ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା କିଶୋରପ୍ରସାଦ ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ କୁମାର ବେହେରାଆଦି ଉପସ୍ଥିତ ରହି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସୁଚନା ଥାଉକି ଗତ ଶନିବାର ଅପରାହ୍ନରେ ଗଣିଆ ବ୍ଳକ ଅନ୍ତର୍ଗତ ରାସଙ୍ଗ ପଂଚାୟତର ଡଙ୍କାରିସାହି ଗ୍ରାମରେ ନିଆଁ ଲାଗି ୨ବଖରା ଘର ଭସ୍ମୀଭୁତ ହୋଇଯାଇଛି । ଡଙ୍କାରିସାହି ଗ୍ରାମର ରୋହିତ ସେଠୀଙ୍କ ଘରେ ରୋଷେଇ କରୁଥିବା ସମୟରେ ହଠାତ ଚୁଲୀରୁ ନିଆଁ ଉଠି ଚାଳକୁ ଧରିଥିଲା । ଚାହୁଁ ଚାହୁଁ ନିଆଁ ଏତେ ଶୀଘ୍ର ବ୍ୟାପୀଗଲାଯେ ଆୟତ କରିବା ଅସମ୍ଭବ ହୋଇପଡ଼ିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ସମେତ ସମସ୍ତ କର୍ମଚାରୀମାନେ ପଂହଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଏତେ ପ୍ରଖର ଥିଲା ଯେ ସେଥିରେ ଘରର ଆସବାବପତ୍ର, ଚାଉଳ, ମୁଗ, ଧାନ, ବାଦାମ, ସୁନା ରୁପା, ଟଙ୍କା, ମୋବାଇଲ, ଟିଭି, ଆଲମାରୀ ସମେତ ନଗଦ ୬୦୦୦୦/- ଟଙ୍କା ସବୁ ପୋଡ଼ି ପାଉସଁ ହୋଇଯାଇଛି । ରାଜସ୍ୱ ବିଭାଗ ତରଫରୁ ତହସିଲଦାର ପ୍ରତିବାଳା ରଣଶ, ରାଜସତବ ନୀରୀକ୍ଷକ ସୁଶାନ୍ତ କୁମାର ବାରିକ ପଂହଚି କ୍ଷୟକ୍ଷତିର ଆକଳନ କରିଥିଲେ । ତାଙ୍କୁ କ୍ଷତି ପୁରଣ ପ୍ରଦାନ କରିବା ସହିତ ବ୍ଳକ ପ୍ରଶାସନ ତରଫରୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେବାକୁ ବିଧାୟକଙ୍କୁ ରୋହିତ ସେଠୀଙ୍କ ପରିୀବାର ଗୁହାରୀ କରିଥିଲେ ।

You might also like