ଅଧିକାର କମ୍ପୁଟର ଏକାଡେମୀ ଗଣିଆରେ ଡିଜିଟାଲ ସ୍ଵାକ୍ଷରତା ଓ ଗ୍ରାମୀଣ ବିକାଶର ସେମିନାର ଅନୁଷ୍ଠିତ
ଗଣିଆ – ( ବିଶ୍ୱରଂଜନ ସେଠି )ଅଧିକାର ଆଇଟିଆଇ ରଗଡିସlହି , ଗଣିଆ କ୍ୟାମ୍ପସରେ ଅଧିକାର କମ୍ପୁଟର ଏକାଡେମୀର ଏକ ସେମିନାର ଡିଜିଟାଲ ସ୍ଵାକ୍ଷରତା ଓ ଗ୍ରାମୀଣ ବିକାଶ ସମ୍ଭନ୍ଧରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସେମିନାରରେ ଅଧିକାର ଅନୁଷ୍ଠାନର ସଭାପତି ମହମ୍ମଦ ନୁରୁଦ୍ଦିନ ଅମିନ ଅଧ୍ୟକ୍ଷତା କରିଥିଲେ l ଅଧିକାର ଆଇଟିଆଇ, ଗଣିଆର ଅଧକ୍ଷ ଇଂ. କର୍ପୁର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠିତ ସଭା କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଓଡିଶା ଓକେସିଏଲ ର ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ ଦାସ ଯୋଗଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ଉପଦେଶ ଦେଇଥିଲେ ଯେ ଡିଜିଟାଲ ଶିକ୍ଷା ଦ୍ଵାରା ଆଧୁନିକ ସମାଜର ସାମଗ୍ରିକ ବିକାଶ ହୋଇପାରିବ l ମୁଖ୍ୟବକ୍ତା ରୂପେ ଓକେସିଏଲ ର ଆଞ୍ଚଳିକ ପରିଚାଳକ ଜୟଶ୍ରୀ ଦେହେରି ଅଭିଭାଷଣ ରେ କହିଥିଲେ କମ୍ପୁଟର ଡିଜିଟାଲ ଶିକ୍ଷା ହିଁ ସମାଜ ବିକାଶର ମୂଳମନ୍ତ୍ର l

ବରେଣ୍ୟ ଅତିଥିଭାବେ ଶିକ୍ଷାବିତ ଜ୍ୟୋର୍ତିମୟୀ ତ୍ରିପାଠୀ କମ୍ପୁଟର ଶିକ୍ଷାଦ୍ଵାରା ଗ୍ରାମୀଣ ଭାରତ ବିକାଶର ଶ୍ରେଷ୍ଠତା ପ୍ରତିପାଦନ ହେବ l ସମ୍ମlନିତ ଅତିଥିଭାବେ ନୟାଗଡ ଜିଲ୍ଲା ଓକେସିଏଲ ସଂଯୋଜକ ପ୍ରତାପ କୁମାର ମହାନ୍ତି, ଅଭିଭାଷଣରେ କହିଥିଲେ, କମ୍ପୁଟର ଶିକ୍ଷା ହିଁ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶିଳ ପଥ ପ୍ରଦର୍ଶନ କରାଇବ l ଅଧିକାର ସୋସାଇଟିର ମାନବସମ୍ବଳ ଅଧିକାରୀ ତନ୍ମୟ କୁମାର ମହାପାତ୍ର ମଞ୍ଚପରିଚାଳନା କରିଥିଲେ l ଅତିଥି ଚର୍ଚ୍ଚା ଦାୟିତ୍ୱ, ଅନୁଷ୍ଠାନର ବସନ୍ତ କୁମାର ଲେଙ୍କା, ଗୌତମ ଚରଣ ସ୍ୱାଇଁ,ଚିନ୍ମୟ ଖଟୁଆ,ଅଭୟ କୁମାର ପ୍ରଧାନ, ପ୍ରଦୀପ କୁମାର ସିଠ, ରବୀନ୍ଦ୍ର କୁମାର ପ୍ରଧାନ ତୁଲାଇଥିଲେ lଅଧିକାର ଅନୁଷ୍ଠାନର ପରିଚାଳକ କାହ୍ନୁ ଚରଣ ପାଢ଼ୀ, ମଞ୍ଚାସିନ ଅତିଥି, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ l
