ଅନୁଷ୍କା ଶର୍ମା -ବିରାଟ କୋହଲି ଦୁହେଁ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। 

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ବୋଲି ଖବର ଆସିବା ପରେ ଏବେ ସେମାନେ ହେଡଲାଇନକୁ ଆସିଛନ୍ତି। ଏହି ଦମ୍ପତି ଏପର୍ଯ୍ୟନ୍ତ ତାଙ୍କ ପ୍ରେଗନେନ୍ସିକୁ ନେଇ ଘୋଷଣା କରିନାହାଁନ୍ତି। ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର ମଧ୍ୟରେ ଗୁଆହାଟୀରେ ଚାଲିଥିବା ବିଶ୍ୱକପ ୨୦୨୩ର ୱାର୍ମ ଅପ୍ ମ୍ୟାଚରେ ବ୍ୟସ୍ତ ଥିବା ବିରାଟ କୋହଲିଙ୍କୁ ଶୀଘ୍ର ମୁମ୍ବାଇ ଫେରିବାକୁ ପଡିଥିଲା। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମଧ୍ୟ ଦାବି କରିଥିଲା କି ସୂତ୍ରରୁ ମିଳିଥିବା ଖବର ନିଶ୍ଚିତ ଯେ ଅଭିନେତ୍ରୀ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି।

ଖବର ମୁତାବକ ବିରାଟ ପତ୍ନୀ ଅନୁଷ୍କାଙ୍କୁ ଭେଟିବା ପାଇଁ ଗୁଆହାଟୀରୁ ମୁମ୍ବାଇକୁ ଜରୁରୀକାଳୀନ ବିମାନ ନେଇଥିଲେ । ବର୍ତ୍ତମାନ ଏହା ଉପରେ ଅନେକ କଳ୍ପନାଜଳ୍ପନା ସୃଷ୍ଟି କରୁଛି। ମଙ୍ଗଳବାର ଦିନ ତିରୁବନନ୍ତପୁରମରେ ନେଦରଲ୍ୟାଣ୍ଡ ବିପକ୍ଷ ଆଇସିସି ODI କ୍ରିକେଟ୍ ବିଶ୍ୱକପ୍‌ର ଟିମ୍‌ ଇଣ୍ଡିଆର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବିରାଟ ବ୍ୟସ୍ତ ଥିଲେ। ତେବେ ବିରାଟଙ୍କ ହଠାତ୍ ଜରୁରୀକାଳୀନ ପରିସ୍ଥିତିକୁ ଫେରିବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

You might also like