ଅବସରକାଳିନ ସମ୍ବର୍ଦ୍ଧନା ସଭା

ଗଣିଆ – ( ବିଶ୍ଵରଞ୍ଜନ ସେଠି )ଶନିବାର ଦିନ ଗଣିଆ ବ୍ଲକ ସ୍ଥିତ ଯେପି ସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରଡ଼ାପଡାର ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁଙ୍କର ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି! ଏଇ କାଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ବେହେରା ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏବିଓ ନିରୁପମା ମହାପାତ୍ର,ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟୀ କୁମାର ମହାରଣା ,ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ଦେବାଶିଷ ପଣ୍ଡା, , ଶିକ୍ଷକ ଶଙ୍କର୍ଷଣ ପ୍ରଧାନ ବାମନ ଚରଣ ବାରିକି, କେଶବ କୁମାର ନାୟକ, ପ୍ରସନ୍ନ କୁମାର ପ୍ରଧାନ, ସୁନୀଲ କୁମାର ସାହୁ, ୱାର୍ଡମେମ୍ବର ବେଦଶିଷ ପଣ୍ଡା ମଞ୍ଚାସିନ ଥିଲେ! ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ !

ମଞ୍ଚାସିନ ଅତିଥିମାନେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁ ଜଣେ ଛାତ୍ର ବତ୍ସାଳ, ସମୟାନୁବର୍ତ୍ତୀ, ମିଷ୍ଟାଭାସୀ ମେଳାପୀ, ସହନଶୀଳ ଓ କର୍ତବ୍ୟନିଷ୍ଠ ପ୍ରଧାନ ଶିକ୍ଷକ ବୋଲି ନିଜ ବକ୍ତବ୍ୟରେ କହିଥିଲେ ! ଏଥି ସହିତ ସେ ଜଣେ ପରିବେଶପ୍ରେମୀ ବୋଲି ବିଦ୍ୟାଳୟ ବଗିଚାରୁ ଜଣାଯାଏ! ଏଇ ଅବସରରେ ଗଣିଆ ଗୋଷ୍ଠୀ ଶିକ୍ଷା କାଯ୍ୟଳୟ ତରଫରୁ ଶ୍ରୀଯୁକ୍ତ ସାହୁଙ୍କୁ ଗଣିଆ ବ୍ଲକରେ ପ୍ରଥମ ଥର ପାଇଁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା ! ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତରଫରୁ ଫୁଲତୋଡ଼ା ଓ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ ! ଶିକ୍ଷକ ସୁନୀଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ , ସୁଶାନ୍ତ କୁମାର ବେହେରା ଶିକ୍ଷୟତ୍ରୀ ସୁପ୍ରଭା ସାହୁ ଓ ଲଷ୍ମୀପ୍ରୟା ବେହେରା ସହଯୋଗ କରିଥିଲେ ! ପରିଶେଷରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ବିଦାୟି ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରି ନିଜ କରାଡାପଡା ବସଭାବନରେ ଛାଡିଥିଲେ !

You might also like