ଅଭିନେତ୍ରୀ ବିପାଶା ବସୁ ତାଙ୍କ ଝିଅର ମୁହଁକୁ ସାର୍ବଜନୀନ କରିଛନ୍ତି ।

ବଲିଉଡର ଲୋକପ୍ରିୟ ତାରକା ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବରରେ ଝିଅ ଦେବୀଙ୍କ ସ୍ବାଗତ କରିଥିଲେ। ସେବେଠାରୁ ଏହି ଦମ୍ପତି ପ୍ରାୟତ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ସେମାନଙ୍କର ଲିଟିଲ ମିସ୍‌ଙ୍କ ଝଲକ ଦେଖାଇଆସୁଥିଲେ। ତେବେ ପ୍ରଶଂସକମାନେ ଝିଅର ଚେହେରାକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ ଏହି ଦମ୍ପତି ସେମାନଙ୍କର ଝିଅ ଦେବୀଙ୍କ ଚେହେରା ଦେଖାଇଛନ୍ତି। 

ଡେରିରେ ହେଉ ପଛେ ଫ୍ୟାନ୍ସ ମାନଙ୍କ ପାଇଁ ସେ ସେୟାର କରିଛନ୍ତି ଦେବୀଙ୍କ ଫାଷ୍ଟଲୁକ୍ । ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେ ସେୟାର କରିଛନ୍ତି ପ୍ରଥମ ଫଟୋ ।ଆଉ ଫଟୋଦେଖିବା ପରେ ଫ୍ୟାନ୍ସ ବି ବହୁତ ପସନ୍ଦ କରୁଛନ୍ତି ।

କେହି କେହି କହୁଛନ୍ତି ବାପାଙ୍କ ଅବିକଲ ନକଲ । ଆଉ କେହି କେହି କହୁଛନ୍ତି ବହୁତ କ୍ୟୁଟ୍ । ସୋସିଆଲ ମିଡିଆରେ ହାର୍ଟ ଇମୋଜିର ପୂରା ଲାଇନ୍ ଲାଗିଛି । କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ଜଣଙ୍କ ସେୟାର କରିଥିଲେ ଝିଅର ଦୁଇଟି ଫଟୋ । ଯେଉଁଥିରେ ଦେବୀ ହେଡବ୍ୟାଣ୍ଡ ସହିତ ପେଷ୍ଟେଲ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଖାଲି ସୁନ୍ଦର ହସିଲା ହସିଲା ମୁହଁ ତାଙ୍କ କ୍ୟୁଟନେସ୍‌କୁ ଡବଲ କରିଛି ।

You might also like