ଅମିନାବାଦରେ ୪ ଦିନ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ମାହାଙ୍ଗା -୪ /୫ (ଆପ୍ର)ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମିନାବାଦ ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚରଙ୍କ ବିଂଶତମ ବାର୍ଷିକ ଉତ୍ସବ ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତହୋଇଯାଇଛି l

ଶନିଶ୍ଚର ଯଜ୍ଞ କମିଟି କୁହୁଣ୍ଡାର ସଭାପତି ଶିକ୍ଷାବିତ ସୁନାକର ନାୟକଙ୍କ ତତ୍ୱାବଧାନରେ ସର୍ବଶ୍ରୀ ଭରତ ଚନ୍ଦ୍ର ନାୟକ,ସାମ୍ବାଦିକ ଅଖିଳେଶ ମହାନ୍ତି, ଗୟାଧର ସାହୁ,ଭରତ ଚନ୍ଦ୍ର ଜେନା, ଭାଗବତ ସ୍ୱାଇଁ, ପ୍ରଫୁଲ୍ଲ କୁମାର ଜେନା, ସୁଧିର ମହାନ୍ତି, କିଷାନ ସିଂ, କଳ୍ପତରୁ ଜେନା, ଅମ୍ବୁଜ ସାମଲ,ଉମେଶ ସ୍ୱାଇଁ, ପ୍ରମୋଦ ଜେନା, ସନ୍ତୋଷ ସ୍ୱାଇଁ, ନିହାର ରଞ୍ଜନ ଜେନା, ନିତ୍ୟାନନ୍ଦ ସେଠୀ, ଆଶୀଷ ଜେନା, ଚିତ୍ତରଞ୍ଜନ ଜେନା,ପ୍ରତାପ କୁମାର ଜେନା ପ୍ରମୁଖ ବହୁ ଯୁବ କର୍ମକର୍ତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l


୪ ଦିନ ବ୍ୟାପୀ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ ଶନିଶ୍ଚରଙ୍କ କୃପା ଭିକ୍ଷା କରିବା ଦେଖିବାକୁ ମିଳିଥିଲା l
ଯଜ୍ଞ କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଚରୁଅନ୍ନ ପ୍ରଦାନ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

You might also like