ଆଇଚର ଧକ୍କାରେ ବାଇକ୍ ଆରୋହୀ ଗୁରୁତର
– ବେଗୁନିଆ ବ୍ଲକ ଡାଳତୋଳା ଛକ ନିକଟରେ ସଡ଼କ ଦୁର୍ଘଟଣା।ବାଇକକୁ ପିଟିଲା ଆଇଚର ଗାଡ଼ି। ଆଇଚର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣା ପଡ଼ିଛି। ଗୁରୁତର ବାଇକ୍ ଆରୋହୀ ଜଣକ ବେଗୁନିଆ ବ୍ଲକ ଗଡମାଣିତିର ଗାଆଁ ର ଡୁଡୁଲୁ ବିଶ୍ୱାଳ ବୋଲି ସୂଚନା ମିଳିଛି। ତେବେ ଗୁରୁତର ବ୍ୟକ୍ତି ଜଣକ ଖୋର୍ଦ୍ଧାରୁ ନିଜ ଗାଁ ଅଭିମୁଖେ ଆସୁଥିବା ବେଳେ ଡାଳତୋଳା ପରିଛଳ ରାସ୍ତାରେ ତାଙ୍କୁ ଆଇଚର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ପହଞ୍ଚି ବାଇକ୍ ଆରୋହୀ ଜଣଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଖବର ପାଇଁ ବେଗୁନିଆ ପୋଲିସ ଓ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଇଚର ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଛି।
