ଆଉ ନାହାନ୍ତି ସମସ୍ତଙ୍କର ପ୍ରିୟର ମଣିଷ ସଂଜୟ ସାର ।*

*ଆରପାରିରେ ଭବାନିପାଟଣା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥି । ବୁଧବାର ସକାଳ ୮ ଟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ମଧ୍ୟ ହୋଇଥିବା ଜଣାପଡିଥିଲା।ଗତ ଅକ୍ଟୋବର ଠାରୁ ଦେହ ଅସୁସ୍ଥ ଥ‌ିବା ନେଇ ସେ ବିଶ୍ବବିଦ୍ୟାଳୟରୁ ଛୁଟି ନେଇଥିଲେ।  ୨୦୨୧ ଏପ୍ରିଲ ମାସରେ ସେ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଯୋଗଦାନ କରିଥିଲେ। ସେ ଆସିବା ପରଠାରୁ ବିଶ୍ବବିଦ୍ୟାଳୟର ଅନେକ ଉନ୍ନତିମୂଳକ କାମ କରିଥିଲେ । ସେ ସିଧାସଳଖ ପିଲାଙ୍କ ସହ ମିଶି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ । ପିଲାଙ୍କ ସମସ୍ୟା ବୁଝୁଥିଲେ ଓ ସମାଧାନର ବାଟ ମଧ୍ୟ କହୁଥିଲେ । ସେଥିପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରିୟ ଥିଲେ ସଂଜୟ ସାର । ସେ ଏକାଧାରାରେ ଜଣେ ଶିକ୍ଷାବିତ୍,ପ୍ରବଚକ, ସାହିତ୍ୟିକ ସର୍ବୋପରି ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ବେଶ୍ ଜଣାଶୁଣା। ରାଜ୍ୟର ବିଭିନ ଧର୍ମାନୁଷ୍ଠାନ ସହ ସେ ଦୀର୍ଘବର୍ଷ ହେଲା ଜଡିତ ରହିଥିଲେ । ତାଙ୍କ ପରଲୋକ ଖବର ଶୁଣି ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ କର୍ତ୍ତୃପକ୍ଷ, ଭାରପ୍ରାପ୍ତ କୁଳପତି ଶୋକ ପ୍ରକାଶ କରିଛନ୍ତି l

You might also like