ଆଜିଠାରୁ କୁମ୍ଭୀର ଆକଳନ ଆରମ୍ଭ

ଗଣିଆ (ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଛାମୁଣ୍ଡିଆ ବନାଞ୍ଚଳ ରେ ଆଜିଠାରୁ କୁମ୍ଭୀର ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଆକଳନ ଚଳିତ ଜାନୁଆରୀ ମାସ ୬,୭, ଓ ୮ତିନିଦିନ ଧରି ଚାଲିବ। ବନ ବିଭାଗ କର୍ମଚାରୀ ମାନେ ତିନୋଟି ଟିମ୍ ହୋଇ ଆକଳନ କରିବେ। ପ୍ରତି ଟିମ୍ ରେ ଦୁଇ ଜଣ କର୍ମଚାରୀ ଓ ଦୁଇଜଣ ନାଉରିଆ ଦେଶୀ ଡଙ୍ଗା ସାହାଯ୍ୟରେ କୁମ୍ଭୀର କୁ ସିଧାସଳଖ ଦେଖିବା, ନଦୀ ପାଣିରେ ଭାସିବା ବେଳେ ମୁଣ୍ଡ ଓ ଲାଞ୍ଜ ଦେଖିବା ସହ ଘୋଷରା ଚିହ୍ନ କୁ ଦେଖି ଆକଳନ କରିବେ। ମହାନଦୀ ର ମାରଡା ଠାରୁ କୁତୁରୀ, କୁତୁରି ଠାରୁ ବଡ଼ମୂଳ ଓ ବଡ଼ମୂଳ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ଆକଳନ କାର୍ଯ୍ୟ କରିବେ। ଆକଳନ ବେଳେ ମହାନଦୀ ର ଛାମୁଣ୍ଡିଆ ଠାରୁ ମାରଡା ପର୍ଯ୍ୟନ୍ତ ମୋଟର ବୋଟ ଚଳାଚଳ ଓ ମାଛ ଧରିବାପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି। ମହାନଦୀ ସମେତ ବନାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ଜଳାଶୟ ଗୁଡିକରେ ମଧ୍ୟ ଏହି ଆକଳନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।