ଆଜି ତା ୧୦.୫.୨୫ ରିଖ ଶନିବାର ଅପରାହ୍ନ ରେ ପୁରୀ ପୌରପାଳିକା ଅନ୍ତର୍ଗତ ୩୧ ନମ୍ବରୱାର୍ଡ

ଆଜି ତା ୧୦.୫.୨୫ ରିଖ ଶନିବାର ଅପରାହ୍ନ ରେ ପୁରୀ ପୌରପାଳିକା ଅନ୍ତର୍ଗତ ୩୧ ନମ୍ବରୱାର୍ଡ ବିନୋବା ନଗର ଠାରେ ସ୍ବର୍ଗତ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ କରକମଳରେ ଭିତିପ୍ରସ୍ତର ହୋଇଥିବା ନିଳାଞ୍ଚଳ ଆଞ୍ଚଳିକ ମହିଳା ମହାସଙ୍ଗର ନୂତନ ଭାବେ ନିର୍ମିତ ସଭାଗୃହ(ଅଟକଳ ମୂଲ୍ୟ ଟ ୭ଲକ୍ଷ)ର ଶୁଭ ଉଦ୍ଘାଟନ ହୋଇଥିଲା ଉକ୍ତ ଉଦ୍ଘାଟନୀ ଉତ୍ସବରେ ଅଞ୍ଚଳର /ଅଞ୍ଚଳ ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ମାନେ ପ୍ରାୟ ୩୦୦ ଲୋକ ଉପସ୍ଥିତ ଥିଲେ।ପୂର୍ବତନ ଉପ ନଗରପାଳ ତଥା ନଗର ସଭାପତି ସବ୍ୟସାଚୀ ମହାପାତ୍ର ୩୧ନମ୍ବର ୱାର୍ଡର ପୂର୍ବତନ ପୌର ସଦସ୍ୟା ଶ୍ରୀମତୀ ସତ୍ୟଭାମା ସାହୁ ,ପୂର୍ବତନ ପୋୖର ସଦସ୍ୟ ବିଭୁତି ଭୂଷଣ ସେଠି ,ସମାଜ ସେବୀ ସୁମନ୍ତ କୁମାର ସାହୁ,ରେଣୁବାଳା ମହାନ୍ତି ,ସମରେନ୍ଦ୍ର ଦେଓ,ଗୋପାଳ କୃଷ୍ଣ ପଣ୍ଡା,ଶ୍ୟାମସୁନ୍ଦର ପଟନାୟକ ସଂଗଠକ ଧୀରେନ କୁମାର ପାଣି ,ନରେନ୍ଦ୍ର ପାତ୍ର, ଶଙ୍କର ପ୍ରଧାନ,ଲକ୍ଷ୍ମଣ ସାହୁ ଓ ଆଞ୍ଚଳିକ ମହିଳା ମହାସଂଘ ର ପୂର୍ବତନ ସମ୍ପାଦିକା ଶ୍ରୀମତୀ ସତ୍ୟଭାମା ବାରିକ ବର୍ତ୍ତମାନ ର ସଭାନେତ୍ରୀ ତପସ୍ୱିନୀ ଦାସ,ସମ୍ପାଦିକା କଳ୍ପନା ସାହୁ ଓ ସମସ୍ତ ମହିଳା ସମିତିର ସଭ୍ୟା ବୃନ୍ଦ ମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ସୁଚାରୁ ରୁପେ ସଞ୍ଚାଳନ କରିଥିଲେ।ମନୋଜ କୁମାର ବଳିୟାରସିଂ,ପୁରୀ

You might also like