ଆଠଗଡରେ ପବିତ୍ର ରଥଯାତ୍ରା ନିମନ୍ତେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ।
ଆଠଗଡ ୧୬.୦୫ – ( ମାନସ ରଞ୍ଜନ ସାହୁ) ପବିତ୍ର ରଥଯାତ୍ରା ନିମନ୍ତେ ଆଜି ଉପଖଣ୍ଡ ପ୍ରଶାସନ ପକ୍ଷରୁ ପୂର୍ବାହ୍ନ ୧୦ଘଟିକା ସମୟରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଭା. ପ୍ର. ସେ ଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟୀ କଲେକ୍ଟର ଶ୍ରୀମତୀ ଅଭିପ୍ସା ମହାନ୍ତି ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦେବୋତ୍ତର ସୁପରଭାଇଜର ଶ୍ରୀ ଭବାନୀ ଶଙ୍କର ପଣ୍ଡା ରଥଯାତ୍ରାର ବିସ୍ତୃତ ବିବରଣୀ ପାଠ କରିଥିଲେ ।ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ତା ୧୮.୦୫.୨୦୨୫ରିଖ ଠାରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରେ ଶେଷ ହେବ । ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ କାରିଗର ମାନଙ୍କ ଦ୍ୱାରା ଏହାର ନିର୍ମାଣ ସମାପ୍ତି କାର୍ଯ୍ୟ କୁ ତନଖି କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ଡେପୁଟୀ କଲେକ୍ଟର ନିର୍ଦ୍ଦେଶ ଦେଇଥିଲେ । ଦେବସ୍ନାନ ପୂର୍ଣ୍ଣିମା ତା ୧୧.୦୬.୨୦୨୫, ନେତ୍ର ଉତ୍ସବ ତା ୨୬.୦୬.୨୦୨୫ରିଖ ,ଶ୍ରୀଗୁଣ୍ଡିଚା ଯାତ୍ରା ତା ୨୭.୦୬.୨୦୨୫ ରିଖ , ହେରା ପଞ୍ଚମୀ ତା୦୧.୦୭.୨୦୨୫ରିଖ , ବାହୁଡା ଯାତ୍ରା ତା ୦୫.୦୭.୨୦୨୫ରିଖ, ସୁନା ବେଶ ତା ୦୬.୦୭.୨୦୨୫ ରିଖ, ଅଧରପଣା ତା. ୦୭. ୦୭. ୨୦୨୫ରିଖ ଏବଂ ନିଳାଦ୍ରୀ ବିଜେ ତା ୦୮.୦୭.୨୦୨୫ରିଖରେ ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିର କରାଗଲା । ଚଳିତ ବର୍ଷ ଅପରାହ୍ନ ୪ ଘଟିକାରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ବୈଠକରେ ନିଷ୍ପତ୍ତି କରାଗଲା । ରଥଯାତ୍ରା ଉପଲକ୍ଷେ ବହୁ ଜନସମାଗମ କୁ ଦୃଷ୍ଟିରେ ରଖି ପାନୀୟ ଜଳ, ପରିମଳ ବ୍ୟବସ୍ଥା, ରଥ ଖଳା ପରିଷ୍କାର ଓ ପରିଚ୍ଛନ୍ନ ,ବିଦ୍ୟୁତ ସରବରାହ,ଆସୁଚିକିତ୍ସା, ଯାନବାହାନ ନିୟନ୍ତ୍ରଣ,ଯାନ ରହଣି ସ୍ଥାନ,ଆଇନ ଶୃଙ୍ଖଳା, ସୂଚନା କେନ୍ଦ୍ର ଇତ୍ୟାଦି କିପରି ସୁଚାରୁ ରୁପେ ହୋଇପାରିବ ତାହା ଉପରେ ସବିଶେଷ ଆଲୋଚନା କରାଯାଇଥିଲା ।ଚଳିତ ବର୍ଷ ରଥଯାତ୍ରାକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ରଥ ଯାତ୍ରା ସହ ସଂପୃକ୍ତ ଅଧିକାରୀ ମାନଙ୍କ ସହ ଡେପୁଟୀ କଲେକ୍ଟର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ, ଆଠଗଡ଼ ଶ୍ରୀମତୀ ସସ୍ମିତା ରାଉତ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର, ଭାରପ୍ରାପ୍ତ ଥାନା ଅଧିକାରୀ, ଆଠଗଡ଼ ସୁମତି କୁମାରୀ ମହାନ୍ତି,ରାଜପୁରୋଧା ଶ୍ରୀ ସୁଶାନ୍ତ କୁମାର ମିଶ୍ର, ସଂକୀର୍ତ୍ତନ ଅଧିକାରୀ ଶ୍ରୀ ଅଜୟ କୁମାର ଦାସ, ଆଠଗଡ ରଥଯାତ୍ରା ସହ ସଂପୃକ୍ତ ସମସ୍ତ ଯନ୍ତ୍ରୀ,ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି,ଦେବୋତ୍ତର ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ସହକାରୀ ଜିଲ୍ଲାପାଳ ଶ୍ରୀ କାଜଲ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
