ଆଠଗଡ ପଞ୍ଚାୟତ ସମିତି ୯ମ ତମ ସାଧାରଣ ବୈଠକ।

ଆଠଗଡ଼ ୧୦/୦୨/୨୫ (ମାନସ ରଞ୍ଜନ ସାହୁ) ଆଠଗଡ ପଞ୍ଚାୟତ ସମିତିର ୯ମ ତମ ସାଧାରଣ ବୈଠକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଆଠଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ମିନତୀ ଆଚାର୍ଯ୍ୟ ଉପାଧ୍ଯକ୍ଷ ଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା, ମଣ୍ଡଳବିତ୍ତ ଅଧିକାରୀ ଶ୍ରୀ ନବ କୁମାର କଟକିଆ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁଶ୍ରୀ ରଶ୍ମୀରେଖା ନାଏକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଷ୍ଣୁ ପ୍ରସାଦ ଖାଢେଙ୍ଗା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ, ସମସ୍ତ ସରପଞ୍ଚ ଏବଂ ସମସ୍ତ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଅଧ୍ଯକ୍ଷା ମହୋଦୟାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି ବୈଠକରେ ବିକଶିତ ଗାଁ ବିକଶିତ ଓଡିଶାର ପ୍ରକଳ୍ପ ଗୁଡିକ କିପରି ଗ୍ରାମ ସଭାରେ ପାରିତ ହୋଇ କାର୍ଯ୍ୟକାରୀ ହେବ ସେ ବିଷୟରେ ଆଲୋଚନା ହୋଇଥିଲା ।

ଭତ୍ତା ହିତାକାରୀମାନଙ୍କୁ ସଠିକ୍ ଭାବରେ ଚୟନ କରାଯାଇ ଠିକ୍ ସମୟରେ କିପରି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ସଠିକ୍ ସମୟରେ ଆବାସ ଯୋଜନାର ସର୍ଭେ ସଂପୂର୍ଣ କରାଯାଇ ଯୋଗ୍ୟ ହିତାକାରୀ ଏହାର ସୁବିଧା ପାଇବା ବିଷୟରେ ଆଲୋଚନା ହୋଇଥିଲା । ବ୍ଳକ ପଞ୍ଚାୟତ ବିକାଶ ଯୋଜନାର ପ୍ରକଳ୍ପ ଚୟନ କରାଯାଇ ଏହାର ଅନୁମୋଦନ ବିଷୟରେ ଆଲୋଚନା ହୋଇଥିଲା । ଖାଇଟି ଯୋଗାଣ, ମହିଳା ଶିଶୁ ବିକାଶ, ଓଡିଶା ଜୀବିକା ମିଶନ , ବିଦ୍ୟୁତ୍,ଜଙ୍ଗଲ ଜମି ଓ କୃଷି ସମ୍ବନ୍ଧୀୟ ଆଲୋଚନା ହୋଇଥିଲା । ଗ୍ରାମୀଣ ସଡକ ଯୋଜନା ରେ ସମସ୍ତ ଗ୍ରାମ କିପରି ସଂଯୋଗ କରାଯିବ ଏବଂ ସେଥି ନିମନ୍ତେ ପ୍ରକଳ୍ପ ଚୟନ କରାଯିବ ବିଷୟରେ ଆଲୋଚନା କରାଯାଇଥିଲା ।

You might also like