ଆଠଗଡ ରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଆଠଗଡ଼ ୧୨/୦୧ ( ମାନସ ରଞ୍ଜନ ସାହୁ) ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକ ସଂର୍ପକ ବିଭାଗ ଆଠଗଡ଼ ପକ୍ଷରୁ ଆଜି ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ସାଧାରଣତନ୍ତ୍ର ଦିବସ ପାଳନ କମିଟି ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ନିର୍ଦେଶକ୍ରମେ ତହସିଲଦାର ଆଠଗଡ ଶ୍ରୀ କୁଞ୍ଜ ବିହାରୀ ବଡ଼ଜେନା ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ସରସ ସୁନ୍ଦର ଭାବେ ପାଳନ କରାଯିବା ତଥା ଏହି ଜାତୀୟ ଉତ୍ସବର  ସଫଳ ଆୟୋଜନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିବା ସହ ପୂର୍ଣ୍ଣ ସହଯୋଗ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ସାସ୍ୱତୀ ପାଢ଼ୀ ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋକପାତ କରିବା ସହ ପୂର୍ବ ବର୍ଷ ର ବିବରଣୀ ପାଠ କରିଥିଲେ ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଆଠଗଡ଼ ଷ୍ଟାଡିୟମରେ କରାଯିବା ପାଇଁ ସ୍ଥିର କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଜନପ୍ରତିନିଧି ବୃନ୍ଦ, କୃତୀପ୍ରତିଯୋଗୀ, ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାରୋହକୁ ନିମନ୍ତ୍ରିତ କରାଯିବ ।  ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକର ଜାତୀୟ ସମର ଶିକ୍ଷାର୍ଥୀବାହିନୀ ଓ ସିଭିଲିୟାନ ଛାତ୍ରଛାତ୍ରୀମାନେ ପରେଡରେ ଅଂଶଗ୍ରହଣ କରିବେ ।  ଏତଦଭିନ୍ନ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ  ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯିବ । ଜନସାଧାରଣଙ୍କ ମଧ୍ୟରେ ଜାତୀୟଚେତନା ଉଦ୍ରେକ କରିବା ଉଦ୍ଦେଶ୍ୟରେ ଦିବସର ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ କାର୍ଯ୍ୟ।ଳୟ ଆନୁକୂଲ୍ୟରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରାଯିବ । ଉପଖଣ୍ଡସ୍ତରୀୟ ସମାରୋହରେ  ମୁଖ୍ୟ ଅତିଥିଙ୍କ ଦ୍ବାରା ସକାଳ ଘ ୮.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବାର ବୈଠକରେ ଆଲୋଚନା ହୋଇଥିବା ବେଳେ  ସକାଳ ୭ ଘଟିକା ୧୫ମିନିଟ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ, ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସହରରେ ବିଭିନ୍ନ ପ୍ରବେଶ ପଥମାନଙ୍କରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଠଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ତୋରଣ ନିର୍ମାଣ କରିବା ତଥା ସହରରେ ଅବସ୍ଥାପିତ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ ବ୍ୟବସ୍ଥା କରାଯିବା ପାଇଁ ଅନୁରୋଧ କରାଯାଇଛି ।ସାଧାରଣତନ୍ତ୍ର ଦିବସକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ସଂପୃକ୍ତ ଅଧିକାରୀମାନଙ୍କୁ ନ୍ୟସ୍ତ ଦାୟିତ୍ଵ ସୂଚାରୁ ରୂପେ ସଂପାଦନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ, ଆଠଗଡ଼ ଶ୍ରୀ ଆକାଶ କୁମାର ପଣ୍ଡା, ଭାରପ୍ରାପ୍ତ ଥାନା ଅଧିକାରୀ ଆଠଗଡ ସୁଶ୍ରୀ ସୁମତୀ ମହାନ୍ତି,ଡେପୁଟୀ କଲେକ୍ଟର ସୁଶ୍ରୀ ଦୀପମ ରାଉତ,ଡେପୁଟୀ କଲେକ୍ଟର ଶ୍ରୀ ପ୍ରଭୁଦତ୍ତ ପ୍ରଧାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଯିବି, ଗଣମାଧ୍ୟମର ପ୍ରତିନିଧି ବୃନ୍ଦ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।