( ଆଶ୍ରମପାଟଣା 33 ତମ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ)

ଜଗତସିଂହପୁର ତା=14.02.26 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ଆଶ୍ରମପାଟଣା ଭଲିବଲ ୟୁନିଅନ ଏବଂ ପ୍ରଫୁଲ ପାଠାଗାର ମିଳିତ ଆନୁକୂଲ୍ୟରେ 33 ତମ ରାଜ୍ୟସ୍ତରୀୟ ଦିବାରାତ୍ରି ଉଭୟ ବାଳକ ବାଳିକା ବର୍ଗର ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି I ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷI, ଜଗତସିଂହପୁର ପୌରପରିଷଦ ଅର୍ଚ୍ଚନା ସିଂହ, ସମ୍ମାନିତ ଅତିଥି ଭାବେ ଖଇରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ଲିପକ କୁମାର ସାହୁ, ଆଶ୍ରମପାଟଣା ଭଲିବଲ ୟୁନିଅନର ମୁଖ୍ୟ ଉପଦେଷ୍ଟା ତଥା ସମାଜସେଵୀ ନିରଞ୍ଜନ ଦାଶ,ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀ, ବଂଶୀଧର ଆଚାର୍ଯ୍ୟ, ବିଜୟ କୁମାର ପତି,ସୁରେନ୍ଦ୍ର କୁମାର ରାୟ, ଅଧିବକ୍ତା ତଥା ସମାଜସେଵୀ ବଳରାମ ରଥ ,ପ୍ରଶାନ୍ତ କୁମାର ଦାଶ, ଡାକ୍ତର ସରୋଜକାନ୍ତ ବାରିକ, ରଶ୍ମିରଞ୍ଜନ ବେହେରା, ପ୍ରଦୀପ୍ତ କିଶୋର ସାହୁ ଆଦି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯିବାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା I ଏହାପରେ ଉଭୟ ଦଳର ଖେଳାଳି ମାନଙ୍କ ସହିତ ଅତିଥିମାନେ କରମର୍ଦନ କରିଥିଲେ I ଶେଷରେ ଏହି ବାଳିକା ବର୍ଗର ଭଲିବଲ ଟୁର୍ନାମେଣ୍ଟକୁ ଅତିଥିମାନେ ଉଦଘାଟନ କରିଥିଲେ I ଖେଳ ଆରମ୍ଭ ପୂର୍ବରୁ ଆଶ୍ରମ ପାଟଣା ଭଲିବଲ ୟୁନିଅନର ପୂର୍ବତନ ଖେଳାଳି ବିରଞ୍ଚି ନାରାୟଣ ଦାସ ଏବଂ ଦେବକାନ୍ତ ମିଶ୍ରଙ୍କ ବିୟୋଗ ହେତୁ ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା I ଏହି ବାଳିକା ବର୍ଗ ଟୁର୍ନାମେଣ୍ଟରେ ଆଶ୍ରମପାଟଣା ଭଲିବଲ ୟୁନିଅନ, ଓଡିଶା ପୋଲିସ ମଧ୍ୟରେ ଉଦଘାଟନ ମ୍ୟାଚ ଅନୁଷ୍ଠିତ ହୋଇଥିଲା I ଏହାପରେ ପାରାଦ୍ୱୀପ ପୋର୍ଟ ଅଥରିଟି ଏବଂ କେନ୍ଦ୍ରାପଡା ମଧ୍ୟରେ ମୁକାବିଲା ହୋଇଥିଲା I ଏହି ଖେଳକୁ ରେଫରୀ ଗୁରୁ ପ୍ରସାଦ ପତି ଏବଂ ବିଶ୍ୱଜିତ ଦାସ ପରିଚାଳନା କରିଥିଲେ I ଫାଇନାଲ ମ୍ୟାଚରେ ଆଶ୍ରମପାଟଣା ଭଲିବଲ ୟୁନିଅନକୁ ହରାଇ ଓଡିଶା ପୋଲିସ ବାଳିକା ବର୍ଗର ଚାମ୍ପିୟନ ହୋଇଛି I
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ