ଆସିଲା ‘ଓଏମ୍ଜି ୨’ ଟିଜର୍
ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ପରେଶ ରାୱଲ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓଏମ୍ଜି ୨’ର ଟିଜର୍ ମଙ୍ଗଳବାର ରିଲିଜ୍ ହୋଇଛି। ଟିଜର୍ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି। ଦର୍ଶକ ଏଥିରେ ସକରାତ୍ମକ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଆସ୍ତିକ ଓ ନାସ୍ତିକ, ଭଗବାନ ଓ ବିଶ୍ବାସ ଉପରେ ଚର୍ଚ୍ଚା କରାଯାଇଛି।
ସମସ୍ତ କଳାକାରଙ୍କ ଲୁକ୍ ଖୁବ୍ ପ୍ରଭାବଶାଳୀ ରହିଛି ଏବଂ ସମ୍ପୂର୍ଣ୍ଣ ଟିଜରରେ ‘ହର ହର ମହାଦେବ’ ଓ ‘ଜୟ ମହାକାଳ’ ଧ୍ବନି ଶୁଣିବାକୁ ମିଳିଛି।ସୂଚନାଥାଉକି, ଫିଲ୍ମରରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ୟାମି ଗୌତମ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ୧୧ ଅଗଷ୍ଟ ୨୦୨୩ରେ ରିଲିଜ୍ ହେବାର ଥିଲା। ଫିଲ୍ମର ପୂର୍ବ ଭାଗରେ ଅକ୍ଷୟ କୁମାର ଏବଂ ପରେଶ ରାଓ୍ବଲଙ୍କୁ ବେଶ୍ ପସନ୍ଦ କରାଯାଇଥିଲା। ଅବଶ୍ୟ ପ୍ରଥମ ଭାଗକୁ ମଧ୍ୟ କିଛି ଲୋକ ଆପତ୍ତି ଜଣାଇଥିଲେ। ଫିଲ୍ମରେ ଧାର୍ମିକ ଭାବନାକୁ ଆଘାତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟ ଫିଲ୍ମ ସୁପରହିଟ୍ ହୋଇଥିଲା। ପ୍ରଥମ ଭାଗରେ ଅକ୍ଷୟ କୁମାର ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିଲେ। ଆଉ ଏଥର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି।
