ଆସିଲା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଆସିଛି। ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ଟ୍ରେନ ଆଗକୁ ଡେଇଁବା ପରେ ସେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ । ଏକାଧିକ କ୍ଷତ ପାଇଁ ପରେ ତାଙ୍କର ମୃତ୍ୟୁ ହୋଇଛି।ଗତ ବୁଧବାର ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା। ସ୍ୱାମୀ ଶ୍ରୀଧର ଜେନାଙ୍କ ପରକୀୟା ପ୍ରିତିକୁ ନେଇ ମର୍ମାହତ ହୋଇ ଆତ୍ମହତ୍ୟା କରିଥିବା କଥା ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ କରି ସେୟାର କରିଥିଲେ।

ଘଟଣାରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।ପ୍ରକାଶ ଯେ, ମଧୁମିତା ୫ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। ହେଲେ କିଛି ଦିନ ତଳେ ସେ ସ୍ବାମୀଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏପରିକି ସେ ଥରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନିଆଯିବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଦ୍ୱିତୀୟ ଥର ଲାଗି ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।

You might also like