ଇଣ୍ଡିଆ ବୁକ ଅଫ ରେକଡ଼ରେ ଦେଢ଼ ବର୍ଷର ଶିଶୁ ସୁପ୍ରାସନ୍ନା l

କେନ୍ଦ୍ରାପଡ଼ା ବୟସ ମାତ୍ର ଦେଢ଼ ବର୍ଷ l ପାଟି ଖନୀ ବାଜୁଛି କିନ୍ତୁ ମୁହଁରେ ମହାପ୍ରଭୁଙ୍କ ଶ୍ଳୋକ,ଥରିଲା ଥରିଲା ହାତରେ ଆଙ୍କୁଛି ସୁନ୍ଦର ଚିତ୍ର l ପନିପରିବା ଠାରୁ ଆରମ୍ଭ କରି ଫୁଲ ଫଳର ନାଆଙ୍କୁ ଇଂରାଜୀ ଶବ୍ଦରେ କହି ମନ ମୋହି ନେଉଛି ସୁପ୍ରାସନ୍ନା l କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଖସାଡୀ ଗ୍ରାମର ବାସିନ୍ଦା ମା ଯଶଦା ମହାନ୍ତି ଓ ବାପା ସରୋଜ କାନ୍ତ ସାହୁ ଙ୍କ ଦେଢ଼ ବର୍ଷର ଝୁଅ ସୁପ୍ରାସନ୍ନା ସାହୁ l ସୁପ୍ରାସନ୍ନା ତାର ଏକ କଅଁଳ ବୟସରେ ଖାଲି ବାପା ମାଆ କି ନୁହେଁ ପୁରା ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି l ଇଣ୍ଡିଆ ବୁକ ଅଫ ରେକର୍ଡ 2025 ଅର୍ଜନ କରିଛି ସୁପ୍ରାସନ୍ନା l ଏହି ରେକର୍ଡର ମହତ୍ତ୍ୱକୁ ବୁଝୁ ନଥିବା ସୁପ୍ରାସନ୍ନା ଆଜି ବଢ଼ାଇ ଦେଇଛି ତାର ମା ବାପାଙ୍କ ଗୁରୁତ୍ୱ l ମାତ୍ର 7/ 8 ମାସରୁ କଥା କହିବା ଆରମ୍ଭ କରିଥିବା ସୁପ୍ରାସନ୍ନା 14 ମାସରେ ସ୍ପଷ୍ଟ ଭାବେ କିଛିବି ବାକ୍ୟ ଉଚ୍ଚାରଣ କରିଥିଲା l ଏହା ସହ ତାର ବିଚକ୍ଷଣ ସ୍ମରଣ ଶକ୍ତିକୁ ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଏହା ପରେ ମା ଯଶଦା ଓ ମାଉସୀ ମାମା ସୁପ୍ରାସନ୍ନା ର ସଠିକ ଯତ୍ନ ନେବା ସହ ଉଚିତ ଶିକ୍ଷା ଦେବା ଆରମ୍ଭ କରିଥିଲେ l ବିଭିନ୍ନ ବହି ଏବଂ ଜିନିଷ ପତ୍ର କିଣି ସୁପ୍ରାସନ୍ନା ଜ୍ଞାନ ବଢିବା ପାଇଁ ଯୋଗାଇ ଦେଇଥିଲେ l ଆଉ ସୁପ୍ରାସନ୍ନା ମଧ୍ୟ ତାର ମା ଓ ମାଉସୀ ଠାରୁ ଶିକ୍ଷା ଲାଭ କରି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହେଇ ପାରିଛି l ସୁପ୍ରାସନ୍ନା ର ଏହି ସଫଳତାରେ ମା, ବାପା, ମାଉସୀ, ପରିବାର ଓ ବନ୍ଧୁବାନ୍ଧବ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ସେମାନେ ଶିଶୁର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l ଆଗକୁ ଝିଅ ସୁପ୍ରାସନ୍ନାକୁ ଶିକ୍ଷା ପ୍ରଦାନ କରି ଏ ଦିଗରେ ଥିବା ଅଧିକ ରେକର୍ଡ ପାଇଁ ଚେଷ୍ଟା କରିବେ ବୋଲି ମା ଯଶଦା କହିଛନ୍ତି l

କେନ୍ଦ୍ରାପଡ଼ା ରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ hr tv ଓଡ଼ିଆ

You might also like