ଉଡାଇଲେ ସୋନମ୍ଙ୍କ ମଜାକ୍, ଅଭିନେତ୍ରୀ ପଠାଇଲେ ଲିଗାଲ ନୋଟିସ୍
ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କନ୍ଟେଣ୍ଟ ନିର୍ମାତା ରାଗିଣୀ ଏକ ଭିଡିଓ କରିଛନ୍ତି ଯେଉଁଥିରେ ସେ ତାଙ୍କୁ ପରିହାସ କରି ସୋନମଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।ଏଥିସହ, ନୋଟିସରେ କୁହାଯାଇଛି ଯେ ୟୁଟ୍ୟୁବର୍ ଏବଂ କନ୍ଟେଣ୍ଟ ନିର୍ମାତା ରାଗିଣୀ ସୋନମ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ପ୍ରତିଷ୍ଠା ତଥା ସେମାନଙ୍କ ଫ୍ୟାଶନ ବ୍ରାଣ୍ଡର ରେପୁଟେସନ୍ ଉପରେ ଖରାପ ପ୍ରଭାବ ପଡୁଛି।
ଉକ୍ତ ପୋଷ୍ଟକୁ ଡିଲିଟ୍ କରିବା ସହ ୟୁଟ୍ୟୁବର ତାଙ୍କ ପ୍ଲାଟଫର୍ମକୁ ଏଭଳି କାର୍ଯ୍ୟରେ ବ୍ୟବହାର ନ କରିବାକୁ ନୋଟିସରେ ସତର୍କ କରିଦିଆଯାଇଛି।
