ଉଲଗ୍ନ ହୋଇ ଜଙ୍ଗଲରେ ୧୦ ଦିନ ବିତାଇଲେ ଅଭିନେତା ବିଦ୍ୟୁତ୍
ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ । ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ ପାଇଁ ସେ ଖୁବ ଲୋକପ୍ରିୟ। ଗତ ରବିବାର ତାଙ୍କର ଜନ୍ମ ଦିନ ଯାଇଥିଲା ବେଳେ ସେ ଏହାକୁ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି। ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ବିଦ୍ୟୁତ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିଲା ପରେ ଫ୍ୟାନ୍ସ ଫଲୋର୍ସମାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ବିଦ୍ୟୁତ ଏକାଧିକ ଫଟୋ ସେୟାର କରିଥିଲେ ଏବଂ ଜଣେ ସ୍ଥାନୀୟ ମେଷପାଳକ ତାଙ୍କ ଫଟୋ କ୍ଲିକ୍ କରିଥିବା ସେ କହିଥିଲେ। ଗୋଟିଏ ଫଟୋରେ, ସେ ନିଜ ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ଦେଖାଇ ହାତକୁ ଆକାଶରେ ଉଠାଇ ଏକ ପୋଜ୍ ଦେଇଛନ୍ତି। ସେ ଲେଖିଛନ୍ତି, “ହିମାଳୟ ପରିସରକୁ ମୋର ଏହି ପ୍ରକାର ରିଟ୍ରିଟ ”୧୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସମୟ ସହିତ ପ୍ରତିବର୍ଷ ୭-୧୦ ଦିନ ଏହିପରି ବିତାଇବା ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା।”ଅଭିନେତା ବିଦ୍ୟୁତ ଇନଷ୍ଟାଗ୍ରାମରେ ଫଟୋ ସୁଟ କରିଥିବା ବିଦ୍ୟୁତଙ୍କୁ ଜଙ୍ଗଲରେ ନଦୀ କୁଳରେ କିଛି ସମୟ ବସିବା ପରେ ଉଲଗ୍ନ ହୋଇ ନଦୀ ଭିତକୁ ଡେଇଁ ପଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଫଟୋ କ୍ୟାପସନ୍ରେ ଲେଖିଛନ୍ତି,‘ମୋତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ଭଲଲାଗେ।
ଜଙ୍ଗଲକୁ ମୁଁ ଶାନ୍ତିରେ ସମୟ କାଟିବା ପାଇଁ ଯାଇଥିଲି। ସେଠାରେ କାଠଚୁଲି ଜଳାଇ ଖାଦ୍ୟ ପ୍ରସ୍ତୁତ କରିଥିଲି।ଅନ୍ୟ ଏକ ଫଟୋରେ ବିଦ୍ୟୁତ କାଠ ଓ ପଥର ବ୍ୟବହାର କରି ଜଙ୍ଗଲରେ ମ୍ୟାଗି ତିଆରି କରୁଥିବା ଦେଖିବାକୁ ମିଳିଥିଲା।ପ୍ରକୃତିର ଏକାକୀତା ବିଷୟରେ ସେ ଲେଖିଛନ୍ତି, “ବିଳାସପୂର୍ଣ୍ଣ ତଥା ଆଦର୍ଶ ଜୀବନରୁ ଜଙ୍ଗଲକୁ ଆସିବା, ମୁଁ ମୋର ଏକାକୀତା ପାଇବାକୁ ଉପଭୋଗ କରେ ।
