ଏସିଆର ସବୁଠାରୁ ଦାମୀ ଷ୍ଟାର ରଜନୀକାନ୍ତ ,ନିଅନ୍ତି ଅଧିକ ଟଙ୍କା

ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ । ଫିଲ୍ମ ‘ଜେଲର’ ଏହି ନିକଟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବ୍ଲକବୁଷ୍ଟର ହୋଇଥିଲା। ତେବେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇପାରିଛନ୍ତି। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା ଫି’ ଏହାର ମୁଖ୍ୟ କାରଣ, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ରଜନୀକାନ୍ତଙ୍କ ହାତରେ ଏବେ ୨ଟି ରୋମାଞ୍ଚକର ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରୁ ଗୋଟିଏରେ ଲୋକେଶ ନିର୍ଦ୍ଦେଶନା ଦେଇଛନ୍ତି, ଯାହାର ଟାଇଟଲ ରହିଛି ‘ଥାଲାଇଭର୍‌ ୧୭୦’।

ଏହି ଫିଲ୍ମରୁ ସୁପରଷ୍ଟାରଙ୍କ ଫି’ ବାବଦରେ ଜଣାପଡ଼ିଛି। ତେବେ ରଜନୀକାନ୍ତ ଏହି ଫିଲ୍ମ ପାଇଁ ୨୬୦-୨୮୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହା ସତ ହୁଏ ତାହାଲେ ରଜନୀକାନ୍ତ ଇତିହାସ ସୃଷ୍ଟି କରିବେ। କାରଣ ଏହି ଫି’ ତାଙ୍କୁ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ ପରିଣତ କରିଛି। ରଜନୀକାନ୍ତ ଏସୀୟ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ଏହା ପ୍ରଥମ କଥା ନୁହେଁ। ଏହାପୂର୍ବରୁ ସେ ଜ୍ୟାକି ଚୈନଙ୍କ ଫିସ୍‌କୁ ପଛରେ ପକେଇ ଥିଲେ।

You might also like