ଏହି କୁନି ଝିଅ ଏବେ ଜଣେ ଲୋକପ୍ରିୟ ଅଭିନେତ୍ରୀ
ଫଟୋରେ ଆପଣ ଦେଖି ପାରୁଥିବେ ଯେ ଜଣେ କୁନି ଝିଅ ତାଙ୍କ ମାଆଙ୍କ କୋଳରେ କାଖ ହୋଇଛନ୍ତି। ସେ ଆଜି ଜଣେ ଜଣାଣୁଣା ଅଭିନେତ୍ରୀ। ଜାଣି ପାରୁଛନ୍ତି କି ସେ କିଏ? ବର୍ତମାନ ସେ ଗୋଟିଏ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବୋହୂ। ସେ ହେଲେ ଅଭିନେତ୍ରୀ ଜେନେଲିଆ ଡି ସୌଜାଙ୍କ । ଅଭିନେତ୍ରୀ ଜଣକ ନିଜ ଅଭିନୟ ସାଥେ ସାଥେ ନିଜର ବୈବାହିକ ଜୀବନକୁ ବି ବେଶ୍ ପ୍ରାଧାନ୍ୟ ଦେଉଥିବାର ଜାଣିଥିବେ । ଜେନେଲିଆ ୧୯୮୭ ମସିହା ଅଗଷ୍ଟ ୫ ତାରିଖରେ ଜନ୍ମଲାଭ କରିଥିଲେ। ସେ ଅନେକ ହିନ୍ଦୀ, ତେଲୁଗୁ, ତାମିଲ କନ୍ନଡ ଓ ମାଲାୟଲମ୍ ଫିଲ୍ମରେ ନଜର ଆସିଛନ୍ତି। ସେ ୨୦୦୩ ମସିହାରେ ‘ତୁଝେ ମେରି କସମ’ ଜରିଆରେ ନିଜର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ।
