ଏହି ହ୍ୟାଣ୍ଡସମ୍ ହଙ୍କ୍ଙ୍କୁ ଡେଟ୍ କରୁଛନ୍ତି ଆନିମଲ୍ ଫେମ୍ ତୃପ୍ତି
ରଣବୀର କପୁରଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ଆନିମଲ’। ବକ୍ସ ଅଫିସରେ ଭଲ ପଦର୍ଶନ କରୁଛି। ଫିଲ୍ମର ରୋଜଗାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।ଚଳଚ୍ଚିତ୍ର ସହିତ ଜଡିତ ପ୍ରତ୍ୟେକ କଳାକାରଙ୍କୁ ବହୁତ ପ୍ରଶଂସା କରାଯାଉଛି । ଏହି କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତୃପ୍ତି ଡିମରୀ । ତୃପ୍ତି ବ୍ୟବସାୟୀ ସାମ୍ ମର୍ଚାଣ୍ଟଙ୍କ ସହ କିଛି ଫଟୋ ନିଜର ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋଗୁଡ଼ିକ ଭାଇରାଲ ହେଉଛି। ଏହା ପରେ ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି। ହେଲେ ଏକଥା କେତେ ସତ ତାହା ସ୍ପଷ୍ଟ ହୋଇନାହିଁ।ଲୋକମାନେ ଦାବି କରିଛନ୍ତି ଯେ ଅଭିନେତ୍ରୀ ଏହି ମିଷ୍ଟ୍ରି ମ୍ୟାନ୍ଙ୍କୁ ଡେଟ କରୁଛନ୍ତି।
ଯେଉଁ ବ୍ୟକ୍ତିଙ୍କ ସହ ଅଭିନେତ୍ରୀ ନାମ ଯୋଡା ହେଉଛି ତାଙ୍କ ନାମ ସାମ୍ ମର୍ଚାଣ୍ଟ। ବର୍ତ୍ତମାନ ସାମ ଗୋଆରେ ନିଜର ଏକ କ୍ଲବ ଏବଂ ହୋଟେଲ ଚଳାଉଛନ୍ତି । ଯେଉଁଠାରେ ବଡ ସେଲିବ୍ରେଟିମାନେ ଆସନ୍ତି । ବ୍ୟବସାୟ ସହିତ ସାମ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍ ।
