ଐତିହାସିକ କଟକ ବାଲିଯାତ୍ରା ପାଇଁ ସମୟ ଘୋଷଣା 

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି। ବୁଧବାର ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲାପାଳ। ୨୨ ତାରିଖରେ ଶେଷ ହେବ। ୮ ଦିନ ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ପ୍ରଥମ ଥର ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । ବଢିବ ପାର୍କିଂ ସ୍ଥଳ ସଂଖ୍ୟା । ବାଲିଯାତ୍ରା ପଡିଆରେ ରହିବ ୫ଟି ଆମ୍ବୁଲାନ୍ସ । ଓର୍‌ମାସ୍‌ ଷ୍ଟଲ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ।

You might also like