ଐଶର୍ଯ୍ୟାଙ୍କୁ କ୍ଷମା ମାଗିଲେ ପାକିସ୍ତାନୀ କ୍ରିକେଟର, ଜାଣନ୍ତୁ କାହିଁକି ??
କ୍ରିକେଟ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । ଫଳରେ କ୍ୱାଲିଫାଏ ଲିଷ୍ଟିରୁ ବାଦ୍ ପଡିଥିଲା ଦଳ । କିନ୍ତୁ ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ନୀଳନୟନା ତଥା ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଆସିଥିଲେ।ରଜ୍ଜାକ୍ pcbକୁ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ରାୟଙ୍କ ତୁଳା କରିଛନ୍ତି । ବୟାନ ଦେଇ ଏମିତି କହିଛନ୍ତି, ଯାହା କ୍ରିକେଟ ଜଗତକୁ ପୁରା ଲଜ୍ଜାଜନକ ହେବା ଭଳି ମନେ ହେଉଛି । ତେବେ ଏହା ପରେ ସେ ନିଜେ ଭୁଲ ବି ସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅବଦୁଲ ରଜାକଙ୍କ ସହ ସାହିଦ ଆଫ୍ରିଦି ଏବଂ ଉମର ଗୁଲ୍ ମଧ୍ୟ ଉପସ୍ଥିତ ଥିଲେ। ଠିକ ଏହି ସମୟରେ ରଜାକ କହିଥିଲେ, ‘ଏଠାରେ, ମୁଁ ପାକିସ୍ତାନ କ୍ରିକେଟ ବୋର୍ଡର ଉଦ୍ଦେଶ୍ୟ ବିଷୟରେ କହୁଛି। ଯେବେ ମୁଁ ଖେଳୁଥିଲି, ମୋତେ ମୋର ଅଧିନାୟକ ୟୁନିସ୍ ଖାନଙ୍କ ଭଲ ଉଦ୍ଦେଶ୍ୟ ବିଷୟରେ ଜଣାଥିଲା ଓ ଏହା ମୋର ଶକ୍ତି ଏବଂ ଆତ୍ମବିଶ୍ୱାସ ବଢ଼ାଇଥିଲା।
ଆଲ୍ଲାଙ୍କ ଆର୍ଶୀବାଦରୁ ମୁଁ ପାକିସ୍ତାନ କ୍ରିକେଟ ପାଇଁ ଭଲ ପ୍ରଦର୍ଶନ କରିପାରିଥିଲି। ମୋ ମତରେ ଯଦି ଆପଣମାନଙ୍କ ଭାବନା ରହିଛି ଯେ ଐଶ୍ବର୍ଯ୍ୟା ରାୟଙ୍କୁ ବିବାହ କରିବେ ଏବଂ ତା’ପରେ ଏକ ଭଲ ସନ୍ତାନ ଜନ୍ମ କରିବେ, ତେବେ ଏହା ଅସମ୍ଭବ । ତେଣୁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ଥିର କରିବାକୁ ହେବ। ଏହି ମନ୍ତବ୍ୟ ସେ ବିବାଦ ଘେରକୁ ଆସିଥିଲେ। କିନ୍ତୁ ଐଶ୍ବର୍ଯ୍ୟା ରାୟ ଏହି ବିବାଦ ଉପରେ ନିଜର କୌଣସି ମନ୍ତବ୍ୟ ଦେଇନାହାନ୍ତି | କିନ୍ତୁ ଟ୍ବିଟରରେ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।
