ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ
ଜଗତସିଂହପୁର ତା =9/4/25ଜଗତସିଂହପୁର ବ୍ଲକ କାଦୁଅପଡା ପଞ୍ଚାୟତ ଗୁମୁଟିପୁର ଗ୍ରାମର ସାମ୍ବାଦିକ ଚନ୍ଦନଲାଲ ପରିଜା ଙ୍କ ବଡ଼ ଝିଅ ଇଲିଆନ ପରିଜା ଚଳିତ 2024/25 ଶିକ୍ଷା ବର୍ଷ ପାଇଁ ସରକାରୀ ମେଧା ବୃତ୍ତି(ପଞ୍ଚମ ଶ୍ରେଣୀ) ପାଇବା ପାଇଁ ଯୋଗ୍ୟ ବିବେଚିତା ହୋଇଛନ୍ତି | ଏଥିନେଇ ପରିବାର ଏବଂ ଗୁମୁଟିପୁର ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି | ଖବର ନେବାରେ ଜଣା ଯାଇଛି ଗୁମୁଟିପୁର ଗ୍ରାମର ଅବସର ପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ସ୍ବର୍ଗତ ଚକ୍ରଧର ଖଟୁଆ ଏବଂ ସେହ୍ନଲତା ଖଟୁଆ ଙ୍କ ନାତୁଣୀ ଇଲିଆନ ପରିଜା ବର୍ତମାନ ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳଜଙ୍ଗ, ଜଗତସିଂହପୁର ରେ ଅଧୟନ ରତ|ଏଥିନେଇ ଇଲିଆନ ମାତା ଅନୁରାଧା ଜେନା, ବଡ଼ ବାପା ବିନୋଦ ଲାଲ ପରିଜା, ଶିକ୍ଷକ ଦିଗମ୍ବର ଦାସ, ଶିକ୍ଷୟତ୍ରୀ ରାଧାରାଣୀ ବେହେରା, ଶିକ୍ଷକ ସୁଶାନ୍ତ ବେହେରା, ଶିକ୍ଷୟତ୍ରୀ ସବିତା ସ୍ୱାଇଁ ଙ୍କୁ ସଫଳତା ର ଶ୍ରେୟ ଜଣାଇଛନ୍ତି | କାଦୁଅପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ (1)ର ଅଧୟନ ରତ ଛାତ୍ର ଛାତ୍ରୀ ଇଲିଆନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |
