‘ଓପେନ୍ହାଇମର’କୁ ୭ ଓସ୍କାର
ବିଶ୍ବର ଚଳଚ୍ଚିତ୍ର ଜଗତର ସର୍ବାଧିକ ସମ୍ମାନଜନକ ପୁରସ୍କାର ଓସ୍କାର ଉତ୍ସବରେ ଖ୍ରୀଷ୍ଟୋଫର ନୋଲାନ୍ଙ୍କ ‘ଓପେନ୍ହାଇମର’ ନିଜର ଆଧିପତ୍ୟ ବିସ୍ତାର କରିଛି। ଆଣବିକ ବୋମାର ପିତା ଭାବେ ପରିଚିତ ପଦାର୍ଥ ବିଜ୍ଞାନୀ ଜେ ରବର୍ଟ ଓପେନ୍ହାଇମରଙ୍କ ଜୀବନ ଉପରେ ଆଧାରିତ ଏହି ଚଳିଚ୍ଚିତ୍ରକୁ ୯୬ତମ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା ସମେତ ୭ଟି ଆୱାର୍ଡ ହାସଲ କରିଛି।ସେହିପରି ଲୋକପ୍ରିୟ କଳାକାର ରବର୍ଟ ଡ୍ରାଉନି ଜୁନିୟର ନିଜ କ୍ୟାରିଅରର ପ୍ରଥମ ଓସ୍କାର ସମ୍ମାନ ହାତେଇଛନ୍ତି ।
ଚଳଚ୍ଚିତ୍ର ଓପନହାଇମର ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ହାତେଇଛନ୍ତି ରବର୍ଟ ଡ୍ରାଉନି ଜୁନିଅର । ସେହି ପରି ଅଭିନେତ୍ରୀ ଏମା ଷ୍ଟୋନ୍ ଚଳଚ୍ଚିତ୍ର ପୁଅର ଥିଙ୍ଗସ୍୍ ପାଇଁ ହାତେଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ।
