ଓଶିୱାରା ପୁଲିସ ଉର୍ଫୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜର ବୋଲ୍ଡ ଲୁକ୍ ପାଇଁ ଇଣ୍ଟର୍‌ନେଟ୍‌ ସେନ୍‌ସେସନ ପାଲଟିଥିବା ଉର୍‌ଫୀ ଯାଭେବଙ୍କୁ ମିଛ ଡ୍ରାମା ମହଙ୍ଗା ପଡ଼ିଛି। ମିଛି ମିଛିକା ଗିରଫ ହେଉଥିବାର ଅଭିନୟ କରି ସତରେ ଫସିଛନ୍ତି ଉର୍ଫୀ। ତାଙ୍କ ବିରୋଧରେ ମାମଲା ରୁଜୁ କରୁଛି ମୁମ୍ବାଇ ପୁଲିସ୍। ଉର୍ଫୀଙ୍କ ସମେତ ଅଭିନୟରେ ସାମିଲ୍ ଥିବା ଅନ୍ୟ ୪ ଜଣଙ୍କ ନାଁରେ ବି ମାମଲା ହୋଇଛି। ନକଲି ଭିଡିଓ କରି ନିଜେ ଗିରଫ ହେବାର ମିଛି ନାଟକ ପାଇଁ ମୁମ୍ବାଇ ପୁଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। 

ସୂଚନା ମୁତାବକ ଶୁକ୍ରବାର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦୁଇ ମହିଳା ପୋଲିସ ଉର୍ଫିଙ୍କୁ ଧରି ନେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଶୁଣିବାକୁ ମିଳୁଛି ଜଣେ ମହିଳା ପୋଲିସ ଅଫିସର ଉର୍ଫିଙ୍କୁ କହୁଛନ୍ତି, ଏତେ ଛୋଟ ଡ୍ରେସ୍‌ ପିନ୍ଧି କିଏ ବୁଲୁଛି। ଏହି ଫଟୋରେ ସେ ଏକ ଭଙ୍ଗା ହାର୍ଟ ଏବଂ ବ୍ୟାକ୍‌ଲେସ୍‌ ଟପ୍‌ ସହ ଜିନ୍ସ ପିନ୍ଧିଛନ୍ତି।

You might also like