କଟକରେ ପୂଜା ପେଣ୍ଡାଲ ଓ ଭସାଣୀ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ

କଟକରେ  ପୂଜା ପେଣ୍ଡାଲ ଓ ଭସାଣୀ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ।  ପ୍ରସ୍ତୁତି ବୈଠକରେ ସୂଚନା ଦେଲେ କଟକ ଜିଲ୍ଲାପାଳ।କେବଳ ପୂଜା ପେଣ୍ଡାଲ ନୁହେଁ, ରାବଣ ପୋଡି, ମୀନାବଜାର, ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ହାସଲ କରିବା ଆବଶ୍ୟକ ।  ଭସାଣୀ ଶୋଭାଯାତ୍ରାରେ ଖଣ୍ଡା, ଲାଠି ଆଦି ବ୍ୟବହାର ନିଷେଧ । ପୂଜା ନିମେନ୍ତ କୌଣସି ପ୍ରକାରର ଚାନ୍ଦା ଆଦାୟ ହୋଇ ପାରିବନି।ରାବଣ ପୋଡି ନିମନ୍ତେ ୫୦ ମିଟର ଲମ୍ବା ଏକ ଖାଲି ସ୍ଥାନ ଉପଲବ୍ଧ ଥିବା ଜରୁରୀ। ସର୍ବସାଧାରଣ ଟ୍ରାଫିକ ଯାତାୟତରେ ଯେଭଳି କୌଣସି ବାଧା ନ ଉପୁଜେ ସେସବୁକୁ ଦୃଷ୍ଟିରେ ରଖି ତୋରଣ ନିର୍ମାଣ, ଯାନବାହନ ପାର୍କିଂ ପାଇଁ ସ୍ଥାନ, ଶୌଚାଳୟ, ସିସିଟିଭି ଲଗାଇବା, ଓଆରଏସ୍ ଉପଲବଧ କରାଇବା, ସ୍ୱେଚ୍ଛାସେବୀ ନିୟୋଜିତ କରିବା ଆଦି ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।ଏଥିସହ ଲେଜର ଲାଇଟ ବ୍ୟବହାର ଓ ଡିଜେ ସମ୍ପୁର୍ଣ୍ଣ ନିଷେଧ ହେବ। ପଦକ୍ଷେପଗୁଡିକ ଯାଂଚ କରିବାକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ଟିପିସିଓଡିଏଲକୁ ନିର୍ଦ୍ଦେଶ ଦିଆଯାଇଛି ।