କଟକ ସିଡିଏ- ୯ରେ ଫାଟିଲା ଗ୍ୟାସ୍ ପାଇପ୍

କଟକ ସିଡିଏ-୧୦ ପରିବା ମାର୍କେଟ ନିକଟରେ ଥିବା ଏକ ପାଇପ୍ ଫାଟି ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗେଲର ଗାଡ଼ି ଆସି ଲିକକୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି । ଜେସିବି ମାଟି ଖୋଳିବା ବେଳେ ପାଇପ ଫାଟିବାରୁ ଗ୍ୟାସ ଲିକ୍ । ତୁରନ୍ତ ପଦକ୍ଷେପ ଯୋଗୁଁ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ଲୋକେ ।ଖବର ଅନୁଯାୟୀ, କଟକ ସିଡିଏ ୧୦ ନମ୍ବର ପରିବା ମାର୍କେଟ ନିକଟରେ ଥିବା ପାଇପ ଫାଟି ଗ୍ୟାସ୍ ଲିକ୍ ହୋଇଛି। ମାର୍କେଟ ନିକଟରେ ଥିବା ପେଟ୍ରୋଲ ପମ୍ପ ପରିସରରେ ଗଛ କଟା ଓ ଗାତ ଖୋଳା ବେଳେ ଡ୍ରୋଜର ମାଡ଼ରେ ଗ୍ୟାସ୍ ପାଇପ ଫାଟି ଯାଇଥିଲା । ଯାହାପରେ ଗ୍ୟାସ୍ ଲିକ୍ ହୋଇ ଉପରକୁ ଉଠିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗେଲ ଇଣ୍ଡିଆର ଜରୁରୀ ଭ୍ୟାନ ପହଞ୍ଚି କରୁଛି ମରାମତି ।