କଣ୍ଟେନର ସହିତ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ, ଇଞ୍ଜିନ କ୍ଷତିଗ୍ରସ୍ତ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୁରୁବାର ୩୫୦ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି।ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସିଯିବାର ଭିଡିଓ ରେକର୍ଡ଼ କରିଥିଲେ । ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ।ବିମାନର ଡାହାଣ ପଟ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ବିମାନକୁ ନିର୍ଦ୍ଧାରିତ ପାର୍କି ସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଏକ କ୍ରୁ ସଦସ୍ୟଙ୍କ ସୁରକ୍ଷା ଦେଖି ବିମାନକୁ ଗ୍ରାଉଣ୍ଡ କରାଯାଇଛି ।