କ’ଣ ପୁଣି ବାପା ହେବାକୁ ଇଛା କଲେଣି କି ରଣବୀର ?
ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଖୁବ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଦୁହେଁ ଏବେ ଫିଲ୍ମର ପ୍ରମୋସନ କରିବାରେ ବ୍ୟସ୍ତ । କିନ୍ତୁ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ତାଙ୍କ ପରିବାର ବିଷୟ ରେ ପଚାର ଯାଇଥିଲା ସେ ରାହାଙ୍କ ପରେ ଆଉ ଏକ ଝିଅ ଚାହୁଁଥିବା କଥା କହିଛନ୍ତି। ସେବେଠାରୁ ସେ ଏବଂ ଆଲିଆ ଶୀଘ୍ର ଦ୍ୱିତୀୟ ସନ୍ତାନ ଲାଗି ପ୍ଲାନିଂ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।‘ଅନ୍ଷ୍ଟପେବୁଲ ଉଇଥ୍ ଏନ୍ବିକେ’ରେ ରଣବୀର ଏହି କଥା କହିଛନ୍ତି, ମୁଁ କେବେହେଲେ ଭାବି ନ ଥିଲି ଯେ ବାପା ହେବାର ଖୁସି ଜୀବନରେ ଆସିବ ବୋଲି। ଏହାଛଡ଼ା ରାହାଙ୍କ ଲାଗି ଏବେଠାରୁ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ସେ ଯାହା ବି ହେବାକୁ ଚାହିଁବେ, ସେ ତାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ରଣବୀର କହିଛନ୍ତି।
