କପିଲ୍ଙ୍କ ସହ ପୁଣି ଦର୍ଶକଙ୍କୁ ଏଣ୍ଟରଣ୍ଟେନ୍ କରିବେ ସୁନୀଲ୍
ଭାରତ ର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା । ଦର୍ଶକ ତାଙ୍କ ଶୋ ଦେଖିବାକୁ ଖୁବ୍ ଆଗ୍ରହୀ । ସୁନୀଲ ଗ୍ରୋଭରଙ୍କ ପ୍ରଶଂସକମାନେ ଏହି ଯୋଡିଙ୍କୁ ଏକାଠି ଦେଖିବା ପାଇଁ ବହୁତ ସମୟ ଅପେକ୍ଷା କରିଥିଲେ ।ଦୀର୍ଘ ଦିନର ଲଢେଇ ପରେ ଦୁଇ ଷ୍ଟାର କମେଡିଆନ ନେଟଫ୍ଲିକ୍ସର ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି। କପିଲ ନିଜେ ସେମାନଙ୍କର ପ୍ରଶଂସକଙ୍କୁ ଏହି ସପ୍ରାଇଜ ଦେଇଛନ୍ତି।
କପିଲ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦୁଇ ଷ୍ଟାର କହୁଛନ୍ତି ଯେ, ମୁଁ ନେଟଫ୍ଲିକ୍ସରେ ଆସୁଛି, ତା’ପରେ ଦୁହେଁ ଏକାଠି କାମ କରିବାକୁ ନିଷ୍ପତ୍ତି ନେଉଛନ୍ତି।କହିବାକୁ ଗଲେ, ୨୦୧୭ରେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ସେବେଠାରୁ ଦୁହେଁ ଏକାଠି କାମ କରିବା ବନ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ଯୋଡିକୁ ପୁଣି ଏକାଠି ଦେଖିବାକୁ ପାଇବେ।
