କରୋନା ସଂକ୍ରମିତ ଅକ୍ଷୟ କୁମାର

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି। ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତ ସେଲିବ୍ରେଟଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ବଲିଉଡର ଖିଲାଡି ବୟ ଅର୍ଥାତ୍‌ ଅକ୍ଷୟ କୁମାର ଅନନ୍ତ-ରାଧିକାର ଏହି ବଡଫ୍ୟାଟ ଓ୍ବେଡିଂରେ ଯୋଗଦେବେ ନାହିଁ।

ବର୍ତ୍ତମାନ ଅଭିନେତା ନିଜକୁ ଅଲଗା ରଖିଛନ୍ତି। ଅନନ୍ତ ଅମ୍ବାନୀ ନିଜେ ଅକ୍ଷୟଙ୍କ ଘରେ ପହଞ୍ଚି ତାଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାର କରୋନାରେ ସଂକ୍ରମିତ ହେବା ପରେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ସୂଚନା ଅନୁଯାୟୀ ଅକ୍ଷୟ କୁମାର ନିଜ ଚଳଚ୍ଚିତ୍ର ସରଫିରା ପ୍ରମୋସନରେ ବହୁତ ବ୍ୟସ୍ତ ଥିଲେ । ଏହି ସମୟରେ ସେ ଅସୁସ୍ଥ ଅନୁଭବ କଲେ।

You might also like