କାଲିଠୁ ଆରମ୍ଭ ସଂସଦର ବଜେଟ୍ ଅଧିବେଶନ
ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ। ତା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି।ତେବେ ଏଥର ଖୁବ୍ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ମଙ୍ଗଳବାର କହିଛନ୍ତି ଯେ, ମନରେଗା, ମୋଦି ସରକାରଙ୍କ ବୈଦେଶିକ ନୀତି , ଆମେରକୀୟ ଶୁଳ୍କ, ଡଲାରର ତୁଳନାରେ ଟଙ୍କାର ଦାମ୍ରେ ହ୍ରାସ, ବାୟୁ ପ୍ରଦୂଷଣ ଓ ଜନହିତକୁ ନେଇ ଆହୁରି ଅନେକ ବିଷୟକୁ ପ୍ରସଙ୍ଗ କରାଯିବ। କୁହାଯାଉଛି ବିରୋଧୀ ଏସଆଇଆରକୁ ନେଇ ଆହୁରି ଆଲୋଚନା କରିବାକୁ ଚାହୁଁଛନ୍ତି।
