କାହିଁକି ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର ?

ଆଜିକାଲି ମୁଭି ‘ଆନିମଲ’ ପାଇଁ ବଲିଉଡ ଅଭିନେତା ରଣବୀର କପୁର ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ତାଙ୍କ କ୍ୟାରିୟର ବିଷୟରେ ଏକ ବଡ ବୟାନ ଦେଇଛନ୍ତି।ଫିଲ୍ମ ରିଲିଜ ପୂର୍ବରୁ ରଣବୀର କରୁଛନ୍ତି ଖୁବ୍‌ ପ୍ରମୋସନ । ଏହି ସମୟରେ ସେ କହିଥିଲେ ଯେ ସେ ତାଙ୍କର ସମସ୍ତ ସମୟ ତାଙ୍କ ଝିଅ ରାହାଙ୍କ ସହ ବିତାଇବାକୁ ଚାହୁଁଛନ୍ତି।ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ରଣବୀର ରାହାଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ କହିଥିଲେ ଯେ ମୁଁ କେବଳ ତାଙ୍କ ସହ ସମୟ ବିତାଇବାକୁ ଚାହୁଁଛି। ମୁଁ ଅଭିନୟ ଏବଂ କାମ ବନ୍ଦ କରିବାକୁ ଚାହୁଁଛି । ମୁଁ ତାହା କରିବାକୁ ଚାହୁଁଛି କିନ୍ତୁ କରିପାରିବି ନାହିଁ । ମୁଁ ମଧ୍ୟ ମୋର ଆଗ୍ରହକୁ ଅନୁସରଣ କରିବାକୁ ଚାହୁଁଛି। କିନ୍ତୁ ଏହା ଅତ୍ୟନ୍ତ ଉପଭୋଗ୍ୟ। ଏହା ମୋ ଜୀବନର ସବୁଠାରୁ ବଡ ଖୁସି। ଯେତେବେଳେ ଭଗବାନ କିଛି ନେଇଯାଆନ୍ତି, ସେ ମଧ୍ୟ ତୁମକୁ କିଛି ଦିଅନ୍ତି ଏବଂ ମୁଁ ବହୁତ କୃତଜ୍ଞ ଯେ ରାହା ଆମ ଜୀବନରେ ଆସିଛନ୍ତି।

କହିବାକୁ ଗଲେ ଯେ ରଣବୀର ଯେତେବେଳେ ଆନିମଲ୍‌ର ସୁଟିଂ କରୁଥିଲେ ସେତେବେଳେ ରାହା ଜନ୍ମ ହୋଇଥିଲେ। ଫିଲ୍ମର ସୁଟିଂ ଶେଷ ହେବା ମାତ୍ରେ ସେ ଏକ ବର୍ଷ ବଡ ହୋଇଗଲେ । ଫିଲ୍ମର ମ୍ୟୁଜିକ୍ ଲଞ୍ଚ ସମୟରେ ରଣବୀରଙ୍କ କୋ-ଷ୍ଟାର୍ ବବି ଦେଓଲ୍ ପ୍ରକାଶ କରିଛନ୍ତି ଯେ ଫିଲ୍ମର ସୁଟିଂ ସମୟରେ ଅଭିନେତା ତାଙ୍କ ନବଜାତ ଝିଅ ରାହା ସହ ସବୁବେଳେ ଭିଡିଓ କଲରେ ଥାଆନ୍ତି। ସେ କହିଥିଲେ ଯେ ମୁଁ ତାଙ୍କୁ ସବୁବେଳେ ଫେସ୍-ଟାଇମିଂ ଦେଖିଛି ।

Leave a comment