କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ପିଏମ ଶ୍ରୀ ବିଦ୍ୟାଳୟ ରେ “ପିଏମ ଶ୍ରୀ” ଉତ୍ସବ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆସ୍ଥିତ ପିଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାଳୟ ପରିସରରେ ବୁଧବାର ଦିନ ପିଏମ ଶ୍ରୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ନିହାରବାଳା ରାଉତଙ୍କ ସଭାପତିତ୍ୱରେ ଉତ୍ସବ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, , ବିଦ୍ୟାଳୟର ପଞ୍ଚଶଖା ସିକ୍ଷାସେତୁ ସଂଗଠନର ସଭାପତି ଦେବାନନ୍ଦ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମିର କୁମାର ସାହୁ ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର ଓ ରବୀନ୍ଦ୍ରନାଥ ବେହେରା ମଞ୍ଚାସିନ ଥିଲେ । ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ , ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକିର ମୋହନ ଡାକୁଆ , ବିଦ୍ୟାଳୟର ପଞ୍ଚଶଖା ସିକ୍ଷାସେତୁ ସଂଗଠନର ସଭାପତି ଦେବାନନ୍ଦ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମିର କୁମାର ସାହୁ ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ଓ ରବୀନ୍ଦ୍ରନାଥ ବେହେରା , ଗଣିଆ ଥାନା ଏସ ଆଈ ଶ୍ୟାମସୁନ୍ଦର ପ୍ରଧାନ ମଞ୍ଚାସିନ ଥିଲେ ।

ପ୍ରଥମେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ଵାଗତ କରଯାଇଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ସସ୍ମିତା ମଣ୍ଡଳ ଓ ଉର୍ଜା ସାହୁ ମଞ୍ଚ ପରିଚାଳନା କରିଥିଲେ । ଅତିଥି ମାନେ ପିଲାମାନଙ୍କଦ୍ୱାରା ଆକାଂକ୍ଷା ମେଳାକୁ ଉଦ୍ଘାଟନ କରିଥିଲେ। ପରେ ଦୋକାନ ଯାତ୍ରା, ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ଛାତ୍ର ପରିଷଦ ଅଧୀନରେ ବିଭିନ୍ନ ଷ୍ଟଲ୍କୁ ପରିଦର୍ଶନ କରିଥିଲେ। ସରକାରଙ୍କ ଏଭଳି ପ୍ରୟାସ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ପ୍ରେରଣା ଯୋଗାଇବ ବୋଲି ସମସ୍ତ ଅତିଥିମାନେ ମତ ରଖୁଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।