କୃଷ୍ଣପ୍ରିୟା ଦେବୀ ମହିଳା କଲେଜର ୩୪ତମ ବାର୍ଷିକ ଉତ୍ସବ ପାଳିତ

ଦଶପଲ୍ଲା (ବିଶ୍ୱରଂଜନ ସେଠି)କୃଷ୍ଣପ୍ରିୟା ଦେବୀ ମହିଳା କଲେଜର ୩୪ତମ ବାର୍ଷିକ ଉତ୍ସବ ଆଜି ଆଡମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜ ପରିସରରେ ଉତ୍ସବମୁଖର ଦୃଶ୍ୟ ପ୍ରଦର୍ଶନ ହେଉଥିବାର ଦେଖିବାକୁ ମିଳିଥିଲା। କଲେଜ ର ଅଧକ୍ଷା ପୂର୍ଣ୍ଣମାସୀ ଦେବିଙ୍କ ସଭାପତିତ୍ୱରେ ବାର୍ଷିକଉତ୍ସବ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଛାତ୍ରୀମାନଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ନାରୀ ସଶକ୍ତିକରଣର ଗୁରୁତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ମନୋଜ ଦାଶ ରାମୟନୀ ଯୋଗ ଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସମ୍ପାଦକ ବିଜୟ କୁମାର ରାୟ, ବିଦୀପ୍ତ ଚନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷ ସୁନନ୍ଦା ସାହୁ ଓ ଏନଏସି ଅଧ୍ୟକ୍ଷ ପୁନମ ପ୍ରିୟଦର୍ଶିନୀ, ପୂର୍ବତନ ବ୍ଲକ ଅଧକ୍ଷ ଉପେନ୍ଦ୍ର ସାହୁ ଯୋଗ ଦେଇ କଲେଜର ଶିକ୍ଷାଗତ ଉନ୍ନତିକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କଲେଜର ଅଧ୍ୟକ୍ଷାଙ୍କ ଦ୍ୱାରା ସ୍ୱାଗତ ଭାଷଣ ଦିଆଯାଇଥିଲା। ଧୀରେନ୍ଦ୍ର କୁମାର ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ +୩ର ଅଧକ୍ଷା ଦୁର୍ଗାବତୀ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରି କଲେଜର ସଫଳତା ଓ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା ହୋଇଥିଲା।ଉତ୍ସବ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ କାର୍ଯ୍ୟକ୍ରମର ସମାପନ ହୋଇଥିଲା।