କେଉଁ ଖାଦ୍ୟ ରୋଗପ୍ରତିରୋଧକ ଶକ୍ତିକୁ କ୍ଷତି କରେ
କରୋନାର ଦୁଇ ଦୁଇଟି ଲହର ଲୋକଙ୍କ ଜୀବନକୁ ଅନେକ କ୍ଷତି ପହଂଚାଇବା ପରେ ଏବେ ତୃତୀୟ ଲହର ପୁଣି ତାଣ୍ଡବ ରଚିଛି । ତେବେ କରୋନା କାଳରେ ଶରୀରର ସୁସ୍ଥ ରଖିବା ସବୁଠାରୁ ବଡ ବିଷୟ ହୋଇପଡିଛି । କରୋନା ସଂକ୍ରମିତ ରୋଗୀଙ୍କ ରୋଗପ୍ରତିରୋଧକ ଶକ୍ତି ଅନେକାଂଶରେ କ୍ଷତି ଘଟୁଛି । ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଦ୍ୟପାନୀୟରେ ଅନେକ ଧ୍ୟାନ ରିଖିବାକୁ ପଡୁଛି । ସାଧାରଣତଃ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆମ ଖାଇବାରେ ଅନେକ ପ୍ରକାର ଖାଦ୍ୟକୁ ସାମିଲ କରିଥାଉ । କିନ୍ତୁ ଅନେକ ସମୟରେ ରୋଗ ପ୍ରତିରୋଧକ ଶକ୍ତି ହାନି ହେଉଥିବା ଖାଦ୍ୟକୁ ଆମେ ଗ୍ରହଣ କରିଥାଉ । ଏବଂ ଏହି ଖାଦ୍ୟ ଗୁଡିକ ହେଉଛି
୧-ଧଳାରୁଟି ବା ହ୍ୱାଇଟ ବ୍ରେଡ୍
ଏଥିରେ ପୋଷଣ କମ ଓ କ୍ୟାଲୋରି ଅଧିକ ଥିବାରୁ ଏହା ଆମ ଶରୀରରେ ରୋଗ ପ୍ରତିଶେଧକକୁ ଅନେକ ମାତ୍ରାରେ କ୍ଷତି ପହଂଚାଇଥାଏ ।
୨-ଫାଷ୍ଟ ଫୁଡ୍
ଅତ୍ୟଧିକ ଲୁଣ ଯୁକ୍ତ ଖାଦ୍ୟ ତରକାରୀ ଓ ଫାଷ୍ଟଫୁଡ ରୋଗ ପ୍ରତିରୋଧକ ଶକ୍ତି କମ କରିଥାଏ ।
୩- ବିୟର ଏବଂ ମଦ ଭଳି ଆଲକୋହଲ କରୋନା ସଂକ୍ରମଣକୁ ଅନକ ମାତ୍ରାରେ ବଢାଇଥାଏ । ବ୍ଲଡ ସୁଗାର, ଇନସୁଲିନ ଓ ଷ୍ଟ୍ରେସ୍ ହରମୋନକୁ କୁ ବଢେଇବାରେ ସାହାଯ୍ୟ କରେ । ତେଣୁ ଓମିକ୍ରନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ମାତ୍ରାରେ ଆଲକୋହଲରୁ ଦୂରେଇ ରହିବାକୁ ପଡିଥାଏ ।
୪- ଆଳୁଚିପ୍ସ୍
ଆଳୁଚିପ୍ସରେ ଲବଣ ଓ ତେଲର ମାତ୍ରା ଅଧିକ ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ହାନି ପହଂଚାଇଥାଏ ।
୫- ଆଇସକ୍ରିମ୍
ଆଇସକ୍ରିମ ସାଧାରଣତଃ କ୍ଷୀରରୁ ତିଆରି ହୋଇଥାଏ ଏବଂ ଏଥିରେ ଅଧିକ ପରିମାଣରେ ଚର୍ବି ଓ ଚିନିର ମାତ୍ରା ଅଧିକ ଥିବାରୁ ରୋଗପ୍ରିତିଷେଧକ ସ୍ତରକୁ କ୍ଷତି ପହଂଚାଇଥାଏ ।
