ଗଣିଆରେ ତିନିଦିନିଆ ରାଷ୍ଟୀୟ ସ୍ୱୟଂମ ସେବକ ପ୍ରଶିକ୍ଷଣ ଶିବିର ଉଦଯାପିତ
ଗଣିଆ- ( ବିଶ୍ୱରଞ୍ଜନ ସେଠି) ଗଣିଆ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଗଣିଆ ଖଣ୍ଡ ଆନୁକୁଲ୍ୟରେ ପ୍ରାରମ୍ଭିକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ଜିଲ୍ଲା କାର୍ଯ୍ୟବାହ ଭଗବାନ ଦେହୁରୀ, ଗଣିଆ ଖଣ୍ଡ କାର୍ଯ୍ୟବାହ ସୁଜିତ୍ ଖଟୁଆ, ଦଶପଲ୍ଲା ଖଣ୍ଡ ସଂଘଚାଳକ ଯୁଗଳ କିଶୋର ପ୍ରଧାନ, ଖଣ୍ଡ ପାଲକ ଅଭୟ ଜେନା, ବୌଦ୍ଧିକ ପ୍ରମୁଖ ରାଜ କିଶୋର ସହୁ, ସଂପର୍କ ପ୍ରମୁଖ କାର୍ତ୍ତିକ ସାମଲ, ବ୍ୟବସ୍ଥା ପ୍ରମୁଖ ଜ୍ଞାନ ଦର୍ଶନ ମିଶ୍ର, ଦଶପଲ୍ଲା ଖଣ୍ଡ ମହାବିଦ୍ୟାଳୟ ସଂଗ୍ରାମ ବେହେରା ପ୍ରମୁଖ ଉପସ୍ଥିତି ରହି ଶାରୀରିକ ଓ ବୌଦ୍ଧିକ ଅଭ୍ୟାସକୁ ପରିଚାଳନା କରିଥିଲେ । ୩୦ ଜଣ ସ୍ଵୟଂସେବକ ଓ ୧୦ ରୁ ଉର୍ଦ୍ଧ ପ୍ରବନ୍ଧକ ଉକ୍ତ ଶିବିରରେ ଅଂଶ ଗ୍ରହଣ କରି ସୂର୍ଯ୍ୟ ନମସ୍କାର, ଆସନ, ଦଣ୍ଡ, ନିୟୁଦ୍ଧ, ପ୍ରାଣୟନ, ଦେଶତ୍ମ ବୋଧକ ଗୀତ, ପ୍ରାର୍ଥନା, ଅନ୍ତାକ୍ଷରି ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରି ରାଷ୍ଟ୍ର କାର୍ଯ୍ୟରେ ବ୍ରତୀ ହେବ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଜଗନ୍ନାଥ ପ୍ରସାଦ
ଗ୍ରାମର ସଭାପତି ଓ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।
