ଗଣିଆ ଥାନା ଅଞ୍ଚଳ ରେ ଚାନ୍ଚଲ୍ୟ ପୁଣି ଜୀବନ ହାରିଲା ଆଉ ଏକ ଯୁବକ , ଗାଁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସର ତଦନ୍ତ ଜାରି।
ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ଥାନା ମାଳତୀପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଗ୍ରାମର ଅକ୍ଷୟ କୁମାର ପରିଡ଼ାଙ୍କ ସାନ ପୁଅ ଚୁକ୍ତିପ୍ରସାଦ ପରିଡ଼ା, ବୟସ ୨୩ବର୍ଷ ଗାଁ ନିକଟ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଦେଖିବକୁ ମିଳିଛି। ସୁଚନା ମୁତାବକ ଚୁକ୍ତି ପ୍ରସାଦ ଅପରାହ୍ନ ସମୟ ରେ କୃଷି ବିଭାଗର ଜିଓ ଟ୍ୟାଗ କରିବା ପାଇଁ ଯାଉଛି ବୋଲି ପରିବାର ଲୋକଙ୍କୁ କହି ନିଜ ସାଇକେଲ ରେ ଯାଇଥିଲା । ଅପରାହ୍ନ ୪ଟାସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିବା ସହିତ ବନ୍ଧୁବାନ୍ଧବ ସମସ୍ତଙ୍କୁ ପଚାରିବାରେ କୌଣସି ଖବର ମିଳିନଥିଲା । ତାର ମୋବାଇଲକୁ ଲଗାଇଲେ କୌଣସି ଉତ୍ତର ମିଳିନଥିଲା । ଅପରାର୍ହ୍ନ ୪ଘଣ୍ଟିକା ସମୟ ରେ ଗ୍ରାମ ନିକଟସ୍ଥ ଚଣ୍ଡିଖୋଲ ଜଙ୍ଗଲ ପାଖରେ ସାଇକେଲ ଥିବା ଦେଖି ସନ୍ଦେହରେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ଗଛରେ ଚୁକ୍ତି ପ୍ରସାଦ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ ପରେ ମୃତକର ବଡ଼ଭାଇ ଶକ୍ତିପ୍ରସାଦ ପରିଡ଼ା ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଗଣିଆ ପୋଲିସ UD ୧/୦୨୨୬ଏକ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ଥାନା ଏ ଏସ ଆଈ ପ୍ରଭାତ ଶବର ଓ ପୋଲିସ କର୍ମଚାରୀ ପଂହଚି ଶବକୁ ଜବତ କରିଛନ୍ତି । ଆସନ୍ତା କାଲି ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ଘଟଣା ସ୍ଥଳରେ ପହଞ୍ଚିଲା ପରେ ପ୍ରକୃତ ଘଟଣା କଣ ଜଣାପଡିବ । ସେପଟେ ଗତ ଦୁଇଦିନ ତଳେ ଗଣିଆ ଥାନା ବେଲପଡ଼ା ଗାଁରେ ଜଣେ ନାବାଳକ ଛାତ୍ରର ମୃତଦେହ ଗାଁ ପାଖ ପରିତ୍ୟକ୍ତ କୂଅ ରୁ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତୁ ର କାରଣ ସ୍ପଷ୍ଟ ହୋଇନାହିଁ ପୁଅ ମୃତୁକୁ ନେଇ ଏବେ ବି ସନ୍ଦେହ ଘେର ରେ ସ୍ଥାନୀୟ ଲୋକେ ଥିବା ବେଳେ ବର୍ତ୍ତମାନର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
