ଗଣିଆ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ଗଣିଆ ( ବିଶ୍ଵରଞ୍ଜନ ସେଠି) ଗଣିଆ ପୋଲିସ ପକ୍ଷରୁ ଗଣିଆ ବସଷ୍ଟାଣ୍ଡ ପରିସରରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ଏସଡିପିଓ ମଦନ ମୋହନ ପ୍ରଧାନ, ମୁଖ୍ୟବକ୍ତା ଭାବେ ନୟାଗଡ଼ ହେଡ଼କ୍ୱାଟର ଡିଏସପି ସୁକାନ୍ତ କୁମାର ପାତ୍ର, ସମ୍ନାନ୍ୱିତ ଅତିଥିଭାବେ ଅତିରିକ୍ତ ତହସିଲଦାର ସରସ୍ବତୀ ଯାନୀ, ଏବିଡ଼ିଓ ରତନଲାଲ ଲୋହରା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଗିରିଶ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ l ପ୍ରଥମେ ଅତିଥିମାନେ ସାଇବର ସୁରକ୍ଷା ସଚେତନ ରଥକୁ ସବୁଜ ପତାକା ଦେଖାଇ ସ୍ୱାଗତ କରିବାପରେ। ରଘୁନାଥ ଜିଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ବନମାଳୀ ବରିକି ମହାବିଦ୍ୟାଳୟ , ରାମଚନ୍ଦ୍ର ସାମନ୍ତ ରାୟ ମହାବିଦ୍ୟାଳୟ ଓ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଗଣିଆ ବଜାର ପରିକ୍ରମା କରି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ l ଅତିଥିମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବାପରେ ଡକ୍ଟର ଆର.ସି. ସାମନ୍ତରାୟ ମହାବିଦ୍ୟାଳୟ ଛାତ୍ରୀ ମାନେ ଅତିଥିମାନଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୋକନ ଦେଇ ସ୍ୱାଗତ ସଂଗୀତ ଗାନ କରିଥିଲେ l ଏ ସମ୍ପର୍କରେ ସମସ୍ତେ ସଚେତନ ହୋଇ ସାଇବର ଠକେଇରୁ ଦୁରେଇ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ l ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ଉପରେ ବକୃତା, ରଚନା ଏବଂ କୁଇଜି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ବରିଷ୍ଠ ନାଗରିକ ମଞ୍ଚ ସଭାପତି ଗିରିଶ କୁମାର ମିଶ୍ରଙ୍କ ନିର୍ଦେଶନାରେ ଗଣିଆ ଥାନାର କର୍ମଚାରୀମାନଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ଉପରେ ଏକ ନାଟକ ମାରି ମାରି ମହାପାତ୍ର ଚାହିଁଥାରେ ଜଳକା ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ପରିଚାଳନା କରୁଥିବା ବେଳେ ସମସ୍ତ ଥାନା କର୍ମଚାରୀମାନେ ସହଯୋଗ କରିଥିଲେ l

ଗଣିଆ ସାଂସ୍କୃତିକ କଳା ପରିଷଦ ଛାତ୍ର ଛାତ୍ରୀ ଓ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଇବର ସୁରକ୍ଷା ସଚେତନତା ଉପରେ ନାଟକ ପରିବେଷଣ କରିଥିଲେ । ଆମେ ସମସ୍ତେ ସଚେତନ ହେବା, ସତର୍କ ରହିବା ଏବଂ ସୁରକ୍ଷିତ ରହିବା । ସମାଜରେ ସବୁ ବର୍ଗର ଲୋକଙ୍କୁ ସାଇବର ସୁରକ୍ଷା ପ୍ରଦାନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ, ଯେମିତି କି ଛାତ୍ରଛାତ୍ରୀଙ୍କୁ ନିରାପଦ ଡିଜିଟାଲ ଅଭ୍ୟାସ ସହ କୌଣସି ପ୍ରଲୋଭନ ଏବଂ ସାଇବର ଭୟର ଶିକାର ନହେବା, ଗୋପନ ଭିଡ଼ିଓ ଦେଖାଇ ସାଇବର ଅପରାଧର ଶିକାର କରାଇବା, ଅଭିଭାବକ ଓ ଶିକ୍ଷକ ମାନଙ୍କୁ ପିଲାମାନଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ, ଚାକିରୀ ଆଶାୟୀ ଯୁବ ପିଢ଼ିଙ୍କୁ ନକଲି ନିଯୁକ୍ତି ଯାଚିବା, ନକଲି ବ୍ୟାଙ୍କ ଆକାଉଣ୍ଟ ଓ ସିମ ବିକ୍ରି, ଫ୍ରଡ଼ ନିବେଶ ପାଇଁ ପ୍ରବର୍ତ୍ତାଇବା, ଭୟ ଦେଖାଇ ଯୌନ ଶୋଷଣ କରିବା , ମହିଳା ଓ କିଶୋରୀମାନଙ୍କୁ ନକଲି କଲ୍ ଜରିଆରେ ଯୌନ ଶୋଷଣ , ଗ୍ରାମ ଓ ସେମି ଅର୍ବାନ ଅଂଚଳରେ ପ୍ରଥମ କରି ସ୍ମାର୍ଟ ଫୋନ ବ୍ୟବହାରକାରି ଲୋକଙ୍କୁ ୟୂପିଆଇ, ଓଟିପିର ସଠିକ ଉପଯୋଗ, ଫେକ କଲ୍ ବାବଦରେ ଜ୍ଞାନ ଦେବା, ବରିଷ୍ଠ ନାଗରିକମାନଙ୍କୁ ନିରାପଦ ବ୍ୟାକିଙ୍ଗ କାରବାର ଓ ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରଯାଇଥିଲା । ଗଣିଆ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବରିଷ୍ଠ ନାଗରିକ ଓ ଯୁବକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l
