ଗଣିଆ ରେ ହିନ୍ଦୁ ସମ୍ମିଳନୀ ହିନ୍ଦୁତ୍ବ ଓ ଗୋ ସୁରକ୍ଷl ଉପରେ ଗୁରୁତ୍ୱ
ଗଣିଆ- ଗଣିଆର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥ ଜୀୟୁ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ସ୍ୱାମୀ ଆଖଣ୍ଡାନନ୍ଦ ଭଗବାନ ସ୍ୱୟଂ ସ୍ୱାମୀଙ୍କ କୃପାପାତ୍ର ପରିବ୍ରlଜକ ସ୍ୱାମୀ ଅଖଣ୍ଡlନନ୍ଦ, ନୟାଗଡ ଜିଲ୍ଲାସହ ପ୍ରାନ୍ତ ସେବା ପ୍ରମୁଖ ବେଲେଶ୍ୱର ସାହୁ, ବିଶ୍ୱହିନ୍ଦୁ ପରିଷଦର ଗଣିଆ ଖଣ୍ଡର ଉପସଭାପତି ଅନ୍ତର୍ଯ୍ୟାମୀ ମିଶ୍ର, ଗଣିଆ ଖଣ୍ଡ ସଙ୍ଘ ଚାଳକ ଭିକାରି ଚରଣ ସାହୁ, ଗଣିଆ ବ୍ରାହ୍ମଣ ସମାଜ ସଭାପତି ଗୁରୁଚରଣ ଦାସ, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଗୁରୁମା, ଅବସର ପ୍ରାପ୍ତ ଶିକ୍ଷକ ଦୁର୍ୟୋଧନ ସାହୁ, ସନ୍ଥ ଯୋଗେଶ ଚନ୍ଦ୍ର ନନ୍ଦ ଯୋଗ ଦେଇଥିଲେ l ସର୍ବପ୍ରଥମେ ଭାରତ ମାତା ଓ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଫଟୋରେ ପୁଷ୍ପ, ଧୂପ,ଦ୍ୱୀପ ଦେଇ ପୂଜାର୍ଚନା କରାଯାଇଥିଲା l

ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଗୋ ମାତlର ସୁରକ୍ଷା, ସମାଜରେ ହିନ୍ଦୁର ବିଚାର ଧାରା ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା l ପ୍ରତ୍ୟେକ ପରିବାରରେ ସଂଧ୍ୟାସମୟେ ନିଜ ଘରେ ଦ୍ୱୀପ ଟିଏ ଜାଳିବା, ଶ୍ୱଦେଶୀ ଗାଈ ପାଳନ କରିବା, ବଜାର ର ବିଦେଶୀ ପ୍ରସ୍ତୁତ ଛେନା, କ୍ଷୀର, ଦୁଗ୍ଧ, ଖାଦ୍ୟ ବାରଣ ଉପରେ ସ୍ୱାମୀ ଅଖଣ୍ଡl ନନ୍ଦ ଉପଦେଶ ଦେଇଥିଲେ l ସମସ୍ତ ହିନ୍ଦୁ ପ୍ରେମୀଙ୍କ ଦ୍ୱାରା ମନ୍ଦିର ପରିସରରେ ପୁଷ୍ପ ମାଲ୍ୟ ଦେଇ ଗୋ ମାତାଙ୍କୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା l ଏଠାରେ ଅଖଣ୍ଡ ଚାଳିଶା ପାଠ କରିବା ପରେ ଉପସ୍ଥିତ ସମସ୍ତ ହିନ୍ଦୁ ସମାଜ ଓ ସାଧୂସନ୍ଥଙ୍କ ଉପସ୍ଥିତିରେ ଗଣିଆ ବଜାର ପରିକ୍ରମା କରାଯାଇଥିଲା l ସନାତନ ଧର୍ମର ପ୍ରଚାର ଓ ପ୍ରସାର ସହିତ ରାଷ୍ଟ୍ର ର କାର୍ଯ୍ୟ କରିବା ପାଈଁ ବୌଦ୍ଧିକ ସହ ପ୍ରାନ୍ତ ସେବା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l ଉମାକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରଜ ବନ୍ଧୁ ଦେହୁରୀ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ସଭା ସାଙ୍ଗ କରିଥିଲେ l ନୟାଗଡ଼ ଜିଲ୍ଲା ପ୍ରଚାରକ ସୁମନ୍ତ ଭାଈ ଦଶପଲ୍ଲା ଖଣ୍ଡ ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥଲେ ଏବଂ ଗଣିଆ ଖଣ୍ଡ ର ହିନ୍ଦୁ ସୁରକ୍ଷା ସମିତି ର ସମସ୍ତ କର୍ମକର୍ତା ସମ୍ମିଳନୀ କାର୍ଯ୍ୟ ରେ ସହଯୋଗ କରିଥିଲେ l ନୟାଗଡ଼ ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA
