ଗରିବ ଶ୍ରେଣୀର ଗ୍ରାମାଞ୍ଚଳ ପିଲାଙ୍କ ପାଈଁ ଖୋଲିଲା କମ୍ପୁଟର ଶିକ୍ଷା କେନ୍ଦ୍ର

କୋଣାର୍କ:-ଗ୍ରାମାଞ୍ଚଳ ର ଆର୍ଥିକ ସ୍ଵଛଳ ନଥିବା ଛାତ୍ର, ଛାତ୍ରୀ ଙ୍କ ପାଈଁ ମୋ ଗାଁ -ମୋ ଗର୍ବ ତରଫରୁ ଶିକ୍ଷା କେନ୍ଦ୍ରରେ ଅଗ୍ରଗତି ପାଈଁ ଖୋଲିଲା କମ୍ପୁଟର ଶିକ୍ଷା କେନ୍ଦ୍ର।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳସାହି ନିକଟସ୍ଥ ଗାଦିବ୍ରହ୍ମ ମଠ ପରିସରରେ ଗଢି ଉଠିଥିବା ମୋ ଗାଁ -ମୋ ଗର୍ବ ଆବାହକ ଇଂ. ଅରୁଣ କୁମାର ବିଶ୍ୱାଳ ଓ ସଭାପତି କୃଷ୍ଣଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ ମହତ୍ୱ କାର୍ଯ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ବିକାଶ କୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଳସାହି ଐଶାନେଶ୍ୱର ହାଇସ୍କୁଲ ନିକଟରେ ଏକ କମ୍ପୁଟର ଶିକ୍ଷାକେନ୍ଦ୍ର ମୋ ଗାଁ ମୋ ଗର୍ବ ତରଫରୁ ଶୁଭଉଦୁଘାଟନ ହୋଇଛି।

ମୁଖ୍ୟଅତିଥି ମୋ ଗାଁ -ମୋ ଗର୍ବ ଆବାହକ ଇଂ. ଅରୁଣ କୁମାର ବିଶ୍ୱାଳ କହିଛନ୍ତି, ଅଧିବୃତ୍ତ ଶିକ୍ଷା କେନ୍ଦ୍ରମାନେ କେବଳ ନୂତନ ରାଜ୍ବସ ସୁଯୋଗରୁ ଲାଭବାନ ହେବେ ନାହିଁ ବରଂ ଶିକ୍ଷା, ନିଯୁକ୍ତି ଏବଂ ଡିଜିଟାଲ ସାକ୍ଷରତା ପ୍ରସାରରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବେ। ବିଭିନ୍ନ ଦକ୍ଷତା ଆଧାରିତ କମ୍ପୁଟର ପାଠ୍ୟକ୍ରମ ବ୍ୟତୀତ, ଓକେସିଏଲ ଇ -ଗର୍ଭର୍ଣ୍ଣାନ୍ସ ମନିଟରିଂ, ସରକାରୀ ଅଧିକାରୀ ଙ୍କ ତାଲିମ୍, ସ୍କୁଲ ଇ -କଣ୍ଟେଣ୍ଟ ବିକାଶ ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ନେଉଛି। ଏହା କମ୍ପୁଟର ସାକ୍ଷରତା, ଦକ୍ଷତା ବିକାଶ ଏବଂ ଇ -ଗର୍ଭର୍ଣ୍ଣାନ୍ସ ପଦକ୍ଷେପ ମାଧ୍ୟ୍ୟମରେ ଡିଜିଟାଲ ବିଭାଜନକୁ ଦୂର କରିବା ଏବଂ ଶିକ୍ଷାର୍ଥୀ ଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।ଗ୍ରାମାଞ୍ଚଳ ରେ ଏଭଳି କମ୍ପୁଟର ଶିକ୍ଷା କେନ୍ଦ୍ର ମୋ ଗାଁ -ମୋ ଗର୍ବ ତରଫରୁ ଶୁଭାରମ୍ଭ ହୋଇଥିବାରୁ ଶିକ୍ଷାର୍ଥୀ ଭୂୟଂଶି ପ୍ରଶଂସା କରିଛନ୍ତି