ଗର୍ବା ଗୀତ ଲେଖି ଚର୍ଚ୍ଚାରେ ନରେନ୍ଦ୍ର ମୋଦି
ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀ ଲିଖିତ ଗର୍ବା ଗୀତ । ୟୁଟ୍ୟୁବ୍ରେ ମୁକ୍ତିଲାଭ ହୋଇଥିବା ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି । ମୋଦି ଲେଖିଥିବା ଏକ ନୂଆ ‘ଗର୍ବା’ ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ଧ୍ୱନି ଭାନୁଶାଳୀ ଗାଇଛନ୍ତି। ତନିଷ୍କ ବାଗ୍ଚୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଗୀତ ସହ ନୃତ୍ୟର ଭିଡିଓକୁ ଧ୍ୱନି ଏକ୍ସ’ରେ ଶେୟାର କରିବା ପରେ ସାମାଜିକ ଗଣମାଧ୍ୟମରେ ଏହା ବହୁଳ ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏହି ସୁନ୍ଦର ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି । ଯାହା ବିଭିନ୍ନ ରାଜ୍ୟରୁ ଲୋକଙ୍କୁ ସଂସ୍କୃତି ଏବଂ ପରମ୍ପରାକୁ ଗ୍ରହଣ କରିବାରେ ଏକଜୁଟ କରିଥାଏ। ନବରାତ୍ରୀଙ୍କ ଗୋଟିଏ ଦିନ ପୂର୍ବରୁ ପିଏମ ମୋଦୀଙ୍କ ଦ୍ୱାରା ଲେଖାଯାଇଥିବା ଗାରବା ଗୀତ ମୁକ୍ତିଲାଭ କରିଛି। ଗୁଜୁରାଟର ସଂସ୍କୃତିର ଗର୍ବ ଏବଂ ଐତିହ୍ୟ ଗର୍ବା ଗୀତରେ ପ୍ରଦର୍ଶିତ ହୋଇଛି ।
