ଗାଁ ଗହଳିରେ ଏବେବି ଭାଗବତ ଟୁଙ୍ଗି ଜୀବିତ।

ଆଧୁନିକତା ଦୁନିଆରେ ଦିନକୁ ଦିନ ହଜିଗଲାଣି ଭାଗବତ ଟୁଙ୍ଗି । ଆଉ ଶୁଭୁନାହିଁ ସନ୍ଧ୍ୟାବେଳେ ଗାଁ ମୁଣ୍ଡରେ ଭାଗବତ ର ସ୍ୱର।
ଶୁଭୁ ନାହିଁ ଭାଗବତ ପାଠର ସୁର ବାଜୁ ନାହିଁ ଖଞ୍ଜଣିର ଶବ୍ଦ।
ତଥାପି ଦୀର୍ଘଦିନ ଧରି ଏମିତି ଏକ ଗାଁରେ ବଜାଇ ରହିଛି ଗୀତା, ଭାଗବତ,ପୁରାଣ ଶାସ୍ତ୍ର ସହିତ ଖଞଣୀ ବାଦନର ମଜା।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଅନ୍ତରା ଗ୍ରାମର ସାମଲ ସାହିରେ । ଦୀର୍ଘ ଦଶବର୍ଷ ଧରି ରାଧା ବନ ବିହାରିଙ୍କ ମନ୍ଦିର ବେଢ଼ାରେ ଗୀତା ଭାଗବତ ପାଠ କାର୍ଯ୍ୟକ୍ରମ ଅଧ୍ୟୟନ ହେଉଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ ସକାଳେ ରାଧା ବନବିହାରି ଙ୍କ ନୀତିକାନ୍ତି ସେବା ପୂଜା ଆରାଧନା କରାଯିବା ସହିତ ବିଭିନ୍ନ ଫୁଲରେ ରାଧା ବନବିହାରିଙ୍କ ଜୁଗଳ ମୃତ୍ତିକୁ ସୁସଜ୍ଜିତ କରାଯାଇଥାଏ।

ଏଥି ସହିତ ଆମ୍ବ,ଖଜୁରୀ ଛେନା ଓ ଫଳ ମୂଳରେ ନୈବେଦ୍ୟ ଲାଗି କରାଯାଇଥାଏ। ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ସେହି ଗ୍ରାମର ସାଧୁବାବା ମଣିଭଦ୍ର ମହାରାଜ ଭାଗବତ ପାଠ,ବିଭିନ୍ନ ପୁରାଣ ସହିତ ପ୍ରବଚନ ମଧ୍ୟ ଦେଇଥାନ୍ତି। ପ୍ରତ୍ୟେକ ଦିନ ଭାଗବତ ପାଠ କରାଯାଉଥିବା ବେଳେ ରବି ଓ ସମୋଵାର ସନ୍ଧ୍ୟାରେ ସାଧୁବାବା ମଣିଭଦ୍ର ମହାରାଜ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ପ୍ରବଚନ ଦେଇଥାନ୍ତି। ପ୍ରତିଦିନ ସନ୍ଧ୍ୟାରେ ରାଧା ବନବିହାରିଙ୍କ ନାମରେ ନାମିତ ହୋଇଥିବା ଏହି ଭାଗବତ ଟୁଙ୍ଗିକୁ ଗ୍ରାମର ଅନେକ ମହିଳା ଓ ପୁରୁଷ ଭକ୍ତମାନେ ଆସି ଭାଗବତ ପାଠ ଶୁଣିବା ସହିତ ପ୍ରବଚନ ମଧ୍ୟ ଶୁଣିଥାନ୍ତି। ଏଥି ସହିତ ରାଧା ବନ ବିହାରିଙ୍କ ଜୁଗଳ ମୃତ୍ତିକୁ ଦର୍ଶନ କରିବା ସହିତ ଆଧ୍ୟାତ୍ମିକ ଚେତନା ରେ ନିଜକୁ ସମର୍ପିତ କରିଥାନ୍ତି। ସାଧୁବାବା ମଣିଭଦ୍ର ମହାରାଜଙ୍କ ସୁମଧୁର ଓ ମାର୍ଜିତ ଭାଗବତ ପାଠ ଓ ପ୍ରବଚନ ଶୁଣିବା ପାଇଁ ଲୋକମାନଙ୍କର ଆଗ୍ରହ ବଢୁଥିବା ଦେଖିବାକୁ ମିଳିଛି।

ଅନ୍ତରା ଗାଁର ସାମଲ ସାହି ରେ ରାଧା ବନବିହାରିଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରକୁ ସକାଳ ଏବଂ ସନ୍ଧ୍ୟାରେ ଭକ୍ତମାନେ ପୂଜା ଅର୍ଚ୍ଚନା କରିବାକୁ ଆସି ନିଜର ମାନସିକ ବ୍ରତ ପାଳନ କରିଥିବା ସହ ସାପ୍ତାହିକ ପାଳି ଦେଇ ଶ୍ରଦ୍ଧାଳୁମାନେ ଭାଗବତ ଟୁଙ୍ଗିରେ ଯୋଗଦାନ କରିଥାନ୍ତି । ପାଲା , ଦାସକାଠିଆ , ଖଞଣୀ ଭଜନ ଭଳି ଆମ ଓଡ଼ିଆ ଜଗନ୍ନାଥ ସଂସ୍କୃତିର ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି।ହେଲେ ଆଗଭଳି ଭାଗବତ ଟୁଙ୍ଗିରେ ଆଉ ମହାନ ଗ୍ରନ୍ଥ ଭାଗବତ ପାଠ ଅଧ୍ୟୟନ କରାଯାଉନଥିବା ବେଳେ ଲୋକମାନଙ୍କ ମଧ୍ୟରେ ଧୀରେ ଧୀରେ ଉତ୍ସାହ କମି କମି ଯାଉଥିବା ଜଣାପଡିଛି। ଅନ୍ତରା ଗାଁର ରାଧା ବନବିହାରି ଜୀଉଙ୍କ ବିଜେ ସ୍ଥଳୀରେ ବାବା ମଣିଭଦ୍ର ମହାରାଜଙ୍କ ନେତୃତ୍ବରେ ଭକ୍ତ ମାନଙ୍କୁ ଏକାଠି କରି ସେ ଗୀତା ଓ ଭାଗବତ ପାଠ ଅଧ୍ୟୟନ କରି ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାନ୍ତି। ଦିନସାରା ଲୋକମାନେ ସାଂସାରିକ ବ୍ୟସ୍ତ ବହୁଳ ଜୀବନ ଅତିବାହିତ କରିସାରିବା ପରେ ଅବଶିଷ୍ଟ ସମୟରେ ଭାଗବତ ପାଠ ଶ୍ରବଣ କରି ମନରେ ଭଗବତ ପ୍ରେମ ଜାଗ୍ରତ କରିବା ସହିତ ମନ ମଧ୍ୟରେ ଶାନ୍ତି ଅନୁଭବ କରୁଥିବା ଭକ୍ତମାନେ କହିଛନ୍ତି।

ବାଲେଶ୍ୱର ଜିଲ୍ଲା ଖଇରା ରୁ ଧନେଶ୍ୱର ମହାକୁଡ଼ ଙ୍କ ରିପୋର୍ଟ HR TV ODIA

Leave a comment