ଗାଡି ଦୂର୍ଘଟଣାରେ ଯୁବକ ମୃତ୍ୟୁ , ସରକାରୀ ସହାୟତା ପାଇଁ ଦାବିକଲେ ଅଞ୍ଚଳବାସୀ
ଗଣିଆ -( ବିଶ୍ୱରଞ୍ଜନ ସେଠି)-ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଶନିବାର ଦିନ ଦିନ ସନ୍ଧ୍ୟା ସମୟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଯୁବକ ଜଣକ ଗଣିଆ ଥାନା ଅନ୍ତର୍ଗତ କିଶୋର ପ୍ରାସାଦ ପଂଚାୟତ ପୂର୍ଣ୍ଣିଚନ୍ଦ୍ରପୁର ଗ୍ରାମର ଅଜିତ ମହାରଣା (୩୫) ଭୁବନେଶ୍ୱର ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ କିଛି କାମରେ ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା କେଶୁରା ଛକ ନିକଟରେ ଏକ ଟ୍ରକ ଅଜିତଙ୍କୁ ପଛରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଛିଟିକି ରାସ୍ତା ଉପରେ ପଡିଯାଇଥିଲେ ! ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାକୁ ନେଇଥିଲ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ହସ୍ପିଟାଲରେ ପହଂଚି ଶବ ଜବତ କରିବା ସହିତ ରବିବାର ଶବ ବ୍ୟାବେଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଶବ ପୂର୍ଣ୍ଚଚନ୍ଦ୍ରପୁର ଗ୍ରାମରେ ମରାଶରୀର ପହଂଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ମୃତ ଅଜିତ ଙ୍କର ୧୧ ଓ ୪ ବର୍ଷର ଦୁଇଟି ପୁଅ ଥିବା ବେଳେ ଅଜିତ ଘରର ଏକ ମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ମୃତ୍ୟୁ ରେ ପରିବାର ଲୋକ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି ! ସେ ଜଣେ ମେଳାପୀ, ପରୋପକାରୀ ଯୁବକ ଭାବେ ବେଶ ପରିଚିତ ଥିଲେ ! ସରକାରୀ ସହାୟତା ଯୋଗାଇଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।
