ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ,ଏନବିଡବ୍ଲ୍ୟୁ ଜାରି ହୋଇଛି
ଯୌନ ନିର୍ଯାତନା ମାମଲାରେ ସୌରିନ ଭଟ୍ଟଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। କମିଶନରେଟ ପୁଲିସର ଆବେଦନକୁ ଗ୍ରହଣ ଏସଡିଜେଏମ କୋର୍ଟ ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଏନବିଡବ୍ଲ୍ୟୁ ବା ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ସୌରୀନ ଦୀର୍ଘ ଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ ଏନବିଡବ୍ଲୁ ପାଇଁ ଆବେଦନ କରିଥିଲା ପୋଲିସ ।କଟକର ଜନୈକ ଯୁବତୀ କଣ୍ଠଶିଳ୍ପୀ ସୌରୀନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ୍ ପୋଲିସ । ପୂର୍ବରୁ ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ । ଏନବିଡବ୍ଲୁ ଜାରି ପରେ ଯଦି ସେ ନ ମିଳନ୍ତି, ତେବେ ପୋଲିସ ତାଙ୍କୁ ପଳାତକ ଘୋଷଣା କରିବ ଏବଂ ତାଙ୍କର ସମ୍ପତ୍ତି ବାଯ୍ୟାପ୍ତ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
