ଗିରଫ ହେବେ ପୁଟିନ?
ବନ୍ଧା ହେବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ? ମଙ୍ଗୋଲିଆରେ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇପାରେ । ବିଜୟ ଦିବସ ପୂର୍ତ୍ତି ଅବସରରେ ଋଷ୍ ରାଷ୍ଟ୍ରପତି ମଙ୍ଗୋଲିଆରେ ପହଞ୍ଚିଛନ୍ତି । ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ପହଞ୍ଚିଛନ୍ତି। ପୁଟିନ ମୋଙ୍ଗୋଲିଆରେ ପହଞ୍ଚିବା ମାତ୍ରେ ଗିରଫ ହେବାର ଦାବି ବଢିବାରେ ଲାଗିଲା, କାରଣ ମୋଙ୍ଗୋଲିଆ ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ସଦସ୍ୟ ଏବଂ ପୁଟିନଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରାଯାଇଛି।ଋଷ୍ ମିଡିଆ ସ୍ପୁତିନିକ୍ ଅନୁଯାୟୀ, ଭ୍ଲାଦିମୀର ପୁଟିନ୍ ମଙ୍ଗୋଲିଆରେ ୮୫ତମ ବିଜୟ ଦିବସ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ମଙ୍ଗୋଲିଆ ଉପରେ ସାରା ବିଶ୍ବର ନଜର
ଏହା ସହିତ ଋଷ୍-ମଙ୍ଗୋଲିଆ କନଫ୍ରେନ୍ସିଭ୍ ଷ୍ଟ୍ରଟେଜିକ୍ ପାର୍ଟନରସିପ୍ ସହିତ ଆଲୋଚନା କରି ଦୁଇ ଦେଶର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ଚେଷ୍ଟା କରିବେ । ୨୦୧୯ ପରେ ଋଷ୍ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ମଙ୍ଗୋଲିଆ ଗସ୍ତରେ ପହଞ୍ଚିଛନ୍ତି ।
