ଗୁରୁଗ୍ରାମରେ ରାଘବ-ପରୀ ରିସେପ୍ସନ୍ ଆୟୋଜନ କରିବାକୁ ଯୋଜନା
ଲଭବାର୍ଡସ ପରିଣିତି ଚୋପ୍ରା ଓ ରାଘବ ଚଢା ଏନଗେଜମେଣ୍ଟ ପରେ ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଏମାନେ ଯେଉଁଠିକି ବି ଯାଉଛନ୍ତି ସେଠି ଆସି ଯାଉଛନ୍ତି ଲାଇମଲାଇଟକୁ। ନିକଟରେ ଉଭୟଙ୍କୁ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା। ସେଠାରେ ସେମାନେ ଗୁରୁଦ୍ୱାରରେ ଆଶୀର୍ବାଦ ନେବା ସହ ସେବା କରିଥିଲେ। ଏହି କପଲ ଅକ୍ଟୋବରରେ ବିବାହ କରିପାରନ୍ତି ।
ଖବର ଅନୁଯାୟୀ, ଗୁରୁଗ୍ରାମରେ ରାଘବ-ପରୀ ରିସେପ୍ସନ୍ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ମୁମ୍ବାଇ, ଚଣ୍ଡିଗଡ଼ ଏବଂ ଗୁରୁଗ୍ରାମରେ ତିନୋଟି ରିସେପ୍ସନ୍ ଆୟୋଜନ କରିଥାନ୍ତେ। କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ରିସେପସନ୍ ଦେବା ପାଇଁ ଯୋଜନା କରାଯାଉଛି ।
ଗୁରୁଗ୍ରାମର ଦି ଲୀଲା ଏମ୍ବିଏନ୍ସ ଗୁରୁଗ୍ରାମ ହୋଟେଲରେ ବିବାହ ରିସେପ୍ସନ୍ ପାର୍ଟିର ଆୟୋଜନ କରିପାରନ୍ତି। ଆହୁରି ମଧ୍ୟ ଖବର ଅଛି ଯେ ପରୀ ଏବଂ ରାଘବଙ୍କ ପିତାମାତା ନିକଟରେ ଫୁଡ୍ ଟେଷ୍ଟିଂ ସେଶନ୍ରେ ପହଞ୍ଚିଥିଲେ। ସେମାନଙ୍କ ପାଇଁ ଏକ ବଡ ମେନ୍ୟୁ ରଖାଯାଇଥିଲା।
